Spread the love

ହସ୍ପିଟାଲରେ ସୁଶାନ୍ତ ସିଂହଙ୍କୁ ଭେଟିଲେ ନବୀନ ପଟ୍ଟନାୟକ

ଭୂବନେଶ୍ୱର: ଓଡ଼ିଶାର ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ମଙ୍ଗଳବାର ଦିନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭେଟିଛନ୍ତି ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ।

ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ନବୀନ କହିଛନ୍ତି ଯେ ପୂର୍ବତନ ଭଟଲି ବିଧାୟକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି। ତାଙ୍କ ଆରୋଗ୍ୟ ପାଇଁ ଡାକ୍ତର ମାନେ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି।

ସୂଚନା ଅନୁସାରେ, ଅସୁସ୍ଥ ବିଜେଡି ନେତାଙ୍କୁ ପ୍ରଥମେ ବରଗଡ଼ର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ବାସ୍ଥ୍ଯବସ୍ଥା ଖରାପ ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା।ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ଆସିଥିବା ନେଇ ପରିବାର ବର୍ଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *