Spread the love

ଭୁବନେଶ୍ବରରେ ଅୟୋଜିତ ହେବ ଓଡ଼ିଶା ଖାଦ୍ୟ ମହୋତ୍ସବ

ଭୁବନେଶ୍ବର: ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ବିଶ୍ଵ ଓଡ଼ିଆ ପରିବାର ପକ୍ଷରୁ ଆୟୋଜିତ ହେବ ଓଡ଼ିଶା ଖାଦ୍ୟ ମହୋତ୍ସବ ୨୦୨୫। ଡିସେମ୍ବର ୨୩ ରୁ ୨୯ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବରେ ରାଜ୍ୟର ସମସ୍ତ ୩୦ ଜିଲ୍ଲାରୁ ମହିଳା ମାନେ ଆସି ନିଜ ନିଜ ରନ୍ଧାଶାଳର ଖାଦ୍ୟ ପାରୋଶିବେ। ଏହି ମହୋତ୍ସବରେ ୧୪୦ ଟି ଷ୍ଟଲ୍ ରେ ସକାଳ ୧୦ ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବିଭିନ୍ନ ପାରମ୍ପରିକ ଖାଦ୍ୟ ଉପଲବ୍ଧ ହେବ। ଏହା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିପାରିବେ ରାଜଧାନୀବାସୀ । ବିଶ୍ଵ ଓଡ଼ିଆ ପରିବାରର ଚେୟାରମ୍ୟାନ ସଜ୍ଜନ ଶର୍ମା ସୂଚନା ଦେଇଛନ୍ତି ଯେ ଓଡ଼ିଶାର ସମୃଦ୍ଧ ଖାଦ୍ୟ ପରମ୍ପରା ଲୋକଲୋଚନକୁ ଆଣିବା ଏହି ମହୋତ୍ସବର ଲକ୍ଷ୍ୟ। ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୟୁରଭଞ୍ଜ ରୁ ମାଲକାନଗିରି ପର୍ଯ୍ୟନ୍ତ ଓ ନୂଆପଡ଼ା ରୁ କେନ୍ଦ୍ରପଡ଼ା ପର୍ଯ୍ୟନ୍ତ ଏହି ଅଞ୍ଚଳରେ ଯୋଉ ବିବିଧତା ଅଛି ସେ ବିବିଧତା କୁ ଗୋଟିଏ ସ୍ଥାନରେ ପରିବେଷଣ କରାଯିବ।

Leave a Reply

Your email address will not be published. Required fields are marked *