Spread the love

ମଦୁଆ ପୁଅକୁ ମଦ ପିଇବାକୁ ବାପା ପଇସା ନଦେବାରୁ ବାପାକୁ ଠେଙ୍ଗାରେ ପିଟି ମାରିଦେଲା ପୁଅ

ମଦୁଆ ପୁଅକୁ ମଦ ପିଇବାକୁ ବାପା ପଇସା ନଦେବାରୁ ମଦୁଆ ପୁଅ ବାପାକୁ ଠେଙ୍ଗା ରେ ପିଟି ମାରିଦେଲା।ନିଶାସକ୍ତ ପୁଅର ଠେଗାଂ ମାଡରେ ବାପା ମୣତ l ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ବାଂଶପାଣି ଅଞ୍ଚଳରେ । ପୁଅର କାଠ ଫାଳିଆରେ ମାଡ଼ରେ ବାପର ମୃତ୍ୟୁ ହୋଇଥିବା ନେଇ ସୂଚନା। ମୃତକ ଯୋଡ଼ା ଥାନା ବାଂଶପାଣି ଅଞ୍ଚଳର ଅଜୟ ସେଠୀ ।ଗତ ରାତି ମଦ ପିଇବା ପାଇଁ ପଇସା ମାଗିବାରୁ ବାପା ପଇସା ଦେବାକୁ ମନା କରିବାରୁ ଏହି ଅଭାବନୀୟ ଘଟଣା ଘଟିଛିlଅଭିଯୁକ୍ତ ପୁଅ ବିକାଶ ସେଠୀ କୁ ପୁଲିସ ଯୋଡ଼ା ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା। କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *