Spread the love

ମମତା ହେଲଥ ଇନଷ୍ଟିଚ୍ୟୁଟ ଫର ମଦର ଆଣ୍ଡ ଚାଇଲଡ଼ ଅର୍ଗାନାଇଜେସନ ର ପ୍ରକଳ୍ପ ଜାଗୃତି ଦ୍ଵାରା ଧର୍ମଗଡ ଏବଂ ମଦନପୁର ରାମପୁର ବ୍ଲକ ର ୨୦ ରୁ ୨୫ ଟି ଗ୍ରାମ ରେ ‘ମୁନି ଅଭିଜାନ ‘ ( Micronutrient Uptake and Nutrition Increment) କରାଯାଇଅଛି। ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ହେଉଛି ଗର୍ଭବତୀ, ପ୍ରସୂତୀ ଏବଂ କିଶୋରୀ ବାଳିକା ମାନଙ୍କୁ ଉପଯୁକ୍ତ ପୋଷଣ ବିଷୟରେ ସମ୍ୟକ୍ ଧାରଣା ଦେବ। ଏହି କାର୍ଯ୍ୟକ୍ରମ ରେ ପୋଷଣ ବଗିଚା ଉପରେ ୨୦ ଟି ଗ୍ରାମ ର ଲୋକ ମାନଙ୍କୁ ଚିହ୍ନଟ କରାଯାଇ ପ୍ରଶିକ୍ଷଣ ଦିଆଯାଇଥିଲା।

ଏହି ପ୍ରଶିକ୍ଷଣ ମମତା ସଂସ୍ଥା ର ରେଜନାଲ ମ୍ୟାନେଜର ମି. ରୋହିତ ପ୍ରଦାନ କରିଥିଲେ। ସେ ଲୋକ ମାନଙ୍କୁ ବୁଝାଇଥିଲେ ଯେ ଆଜି ର ଦିନରେ ଆମେ କେମିତି ଭାବରେ ଜୈବିକ ଉପାୟରେ ପରିବା ଜମି ରେ ଲଗାଇବା। ରାସାୟନିକ ସାର ର ବ୍ୟବହାର ନ କରିବା। ରାସାୟନିକ ସାର ର ବ୍ୟବହାର ରେ ହେଉଥିବା ପରିବା ଖାଇଲେ ଆମ ଦେହ ପାଇଁ ବହୁତ୍ ଖରାପ। ଏହା ଦ୍ବାରା ହୃଦ୍ଘାତ, ସୁଗର, ରକ୍ତଚାପ ବଢ଼ିବାରେ ଲାଗିଛି। ତେଣୁ ଆମେ ସାର ର ବ୍ୟବହାର ନ କରି ଘରେ ଜୈବିକ ଖତ ତିଆରି କେମିତି କରିବା ତାହା ମଧ୍ୟ ଶିଖାଇଥିଲେ। ଏହା ସହିତ ସେମାନଙ୍କୁ ୨୦ ପ୍ରକାର ର ମଞ୍ଜି ଦେବା ପାଇଁ କୁହାଯାଇଥିଲା। ଯାହା ସେମାନେ ନିଜ ବାଡ଼ି ପଛପଟେ ଲଗାଇ ଖାଇପରିବେ। ତତ୍ ସହିତ ଆମେ ଆମର ଦୈନଦିନ ଜୀବନରେ ତେଲ ର ବ୍ୟବହାର ବହୁତ୍ କମ କରିବା ଉଚିତ୍। ଏହା ବ୍ୟତୀତ ପଥ ପ୍ରାନ୍ତ ନାଟକ ମାଧ୍ୟମ ରେ ମଧ୍ୟ ଲୋକ ମାନଙ୍କୁ ସଚେତନ କରାଯାଇଥିଲା ନିଜ ଘରେ ନିଜ ପରିବା ଲଗାଇ ନିଜେ ଖାଇବା ଏବଂ ବେଶୀ ଉତ୍ପାଦନ ହେଲେ ସେଥିରୁ ବଜାର ରେ ମଧ୍ୟ ବିକ୍ରୟ କରି ଲାଭବାନ ହେଇପାରିବ। ଏହି କାର୍ଯ୍ୟକ୍ରମ କୁ ମମତା ର ଜିଲ୍ଲା ସଂଜୋଜିକା ବର୍ଷାରାଣୀ ଦାସ ଙ୍କ ସହିତ ମମତାର ସମସ୍ତ କର୍ତ୍ତା ମାନେ ମିଶିକି ସଫଳ ଭାବେ ପରିଚାଳିତ କରିଥିଲେ।

Leave a Reply

Your email address will not be published. Required fields are marked *