Spread the love

ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ଆସନ୍ତା ଡିସେମ୍ବରରେ ‘ଗଗନୟାନ’ ମିଶନରେ ହାପ୍‌ ହ୍ୟୁମାନଏଡ୍‌ ବା ଅର୍ଦ୍ଧମାନବୀୟ ରୋବୋକୁ ସାମିଲ କରିବାକୁ ଯାଉଛି। ପ୍ରଥମଥର ମହାକାଶ ଯିବ ମହିଳା ରୋବୋ ‘ବ୍ୟୋମମିତ୍ର’। ଟାଇଟାନିୟମ ଧାତୁରେ ନିର୍ମିତ ଏହି ରୋବୋର ମୁଣ୍ଡଟି ଏଏଲ୍‌ଏସ୍‌ଆଇ-୧୦ଏମ୍‌ଜି ଧାତୁରେ ତିଆରି କରାଯାଇଛି, ଯାହାର ଓଜନ ୮୦୦ ଗ୍ରାମ।

୪ ମାସ ଭିତରେ ରୋବୋର ମୁଣ୍ଡ, ଦୁଇଟି ହାତ ଏବଂ ଶରୀରର ଅଧା ଅଂଶ ତିଆରି କରାଯାଇଛି। ରୋବୋଟିକ୍ସ ଟେକ୍ନୋଲୋଜି ମାଧ୍ୟମରେ ସୃଷ୍ଟି କରାଯାଇଥିବା ଏହି ମହିଳା ରୋବୋ ମହାକାଶରେ ତଥ୍ୟ ସଂଗ୍ରହ କରି ଇସ୍ରୋକୁ ପଠାଇବ। ମହାକାଶର ପରିବେଶ ମଣିଷଙ୍କ ଉପରେ କିଭଳି ପ୍ରଭାବ ପକାଇବ, ସେଠାରେ ମଣିଷ ଜୀବିତ ରହିପାରିବେ କି ନାହିଁ ସେ ସମ୍ପର୍କରେ ବ୍ୟୋମମିତ୍ର ମାଧ୍ୟମରେ ଅନୁଧ୍ୟାନ କରାଯିବ। ଏଥିସହ ସେଠାକାର ତାପମାତ୍ରା, ବାୟୁର ଚାପ, ଆର୍ଦ୍ରତା ସମ୍ବନ୍ଧୀୟ ତଥ୍ୟ ପୃଥିବୀ ପୃଷ୍ଠକୁ ପଠାଇବ ରୋବୋ। ଅନ୍ୟପକ୍ଷରେ ସିଟିଟିସି ପକ୍ଷରୁ ଏକ ଡକିଂ ଫାସିଲିଟି ମଧ୍ୟ ବିକଶିତ କରାଯାଉଛି, ଯାହାକୁ ଇସ୍ରୋ ମହାକାଶର କ୍ଲିନିଂ କାର୍ଯ୍ୟରେ ବ୍ୟବହାର କରିପାରିବ। ।

Leave a Reply

Your email address will not be published. Required fields are marked *