Spread the love

ମହାମହିମ ରାଷ୍ଟ୍ରପତି ଙ୍କ କଟକ ଗସ୍ତ

ତାରିଖ 26/07/23

ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ କଟକ
ଗସ୍ତ, ପ୍ରଥମେ ଭୁବନେଶ୍ବର ରୁ ରାଜଭବନ ରୁ ବାହାରି
ସଡକ ପଥ ଦେଇ କଟକ ଆସିଥିଲେ, ପ୍ରଥମେ ଚଣ୍ଡି
ମନ୍ଦିର ଦର୍ଶନ କରିବା ପରେ ଶୈଳବାଳା ମହିଳା ମହାବିଦ୍ୟାଳୟ ରେ ଥିବା ମଧୁସୂଦନ ଦାସ ଙ୍କ ପ୍ରତିମୂର୍ତ୍ତି
ରେ ପୁଷ୍ପ ଦେବା ପରେ ନେତାଜୀ ସୁବାଷ ବୋଷଙ୍କ ସଂଗ୍ରହାଳୟ ବୁଲି ଦେଖିଥିଲେ, ରାସ୍ତା ଦୁଇ ପାଖରେ ଲୋକ ମାନେ ରାଷ୍ଟ୍ରପତି ଙ୍କୁ ହାତ ହଲେଇ ରାଷ୍ଟ୍ରପତି ଙ୍କୁ ସ୍ୱାଗତ୍
କରିବାର ଦେଖିବାକୁ ମିଳିଥିଲା। ନେତାଜୀ ସଂଗ୍ରହାଳୟ ରୁ
ସିଧା ସଳଖ ଜୱାହରଲାଲ ଇଣ୍ଡୋର୍ ଷ୍ଟାଡିୟମ୍ ଯାଇଥିଲେ
ସେଠାରେ ଓଡିଶା ହାଇକୋର୍ଟର 75 ବର୍ଷ ପୁର୍ତ୍ତୀ ଉପଲକ୍ଷେ
ଏକ କାର୍ଯକ୍ରମ ରେ ଯୋଗଦେଇଥିଲେ। ନୂତନ କରି ପ୍ରତିଷ୍ଠା ହୋଇଥିବା ହାଇକୋର୍ଟର ସଂଗ୍ରହାଳୟ ବୁଲି ଦେଖିଥିଲେ। ହାଇକୋର୍ଟ ରେ ମଧ୍ୟାହ୍ନ ଭୋଜନ ପରେ
କଟକ ଏସସିବି ମେଡିକାଲର ଛାତ୍ର ସଂଗଠନ ଗଠନକୁ
75 ବର୍ଷ ଉପଲକ୍ଷେ କାର୍ଯ୍ୟକ୍ରମରେ ଯୋଗଦେଇ ଶେଷରେ
ନ୍ୟାସନାଲ ଆଇନ ଇଉନିଭର୍ସିଟି ର ସମାବର୍ତ୍ତନ ଉତ୍ସବରେ
ଯୋଗଦେଇ ସନ୍ଧ୍ୟା ବେଳେ ରାଜଭବନ ଫେରିଯିବେ। ରାଷ୍ଟ୍ରପତି ଙ୍କ ସୁରକ୍ଷା ବ୍ୟବସ୍ଥା ରେ 45 ପ୍ଲାଟୁନ ଫୋର୍ସ
କମିଶନରେଟ ପୁଲିସ୍ ପକ୍ଷରୁ ମୁତୟନ କରାଯାଇଛି। ସହରରେ ଯେଉଁ ବାଟ ଦେଇ ରାଷ୍ଟ୍ରପତି ଙ୍କ କାରକେଡ଼
ଯିବ ସେହି ରାସ୍ତା କୁ 10 ମିନିଟ୍ ପୂର୍ବରୁ ଜନସାଧାରଣଙ୍କ
ଯିବାଆସିବା ବନ୍ଦ କରି ଦିଆଯିବ। ଆଜି ସନ୍ଧ୍ୟା ପର୍ଯ୍ୟନ୍ତ
ସହର ରେ ଭାରି ଯାନ ଚଳାଚଳ ବନ୍ଦ କରାଯାଇଛି।

Leave a Reply

Your email address will not be published. Required fields are marked *