Spread the love

ମହାମାୟୀ ଦେବୀଙ୍କ ୫ମ ବାର୍ଷିକ ପ୍ରତିଷ୍ଠା ଉତ୍ସବ

ଢେଙ୍କାନାଳ, ୨୮/୧: ଢେଙ୍କାନାଳ ସ‌ହର ୧୫ନଂ ୱାର୍ଡ, ଆନନ୍ଦବଜାର ରଗଡିସାହିସ୍ଥିତ ମହାମାୟୀ ଦେବୀଙ୍କ ୫ମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ କଳସଯାତ୍ରା ସ୍ଥାନୀୟ ଭାଗିରଥୀ ସାଗରରୁ ପୂଜାର୍ଚ୍ଚନା କରି ସଂକୀର୍ତନ ମଣ୍ଡଳୀ ଦ୍ଵାରା ଏକଶହରୁ ଉର୍ଦ୍ଧ୍ବ ମହିଳା ଓ ପୁରଷମାନେ ସହର ପରିକ୍ରମା କରି ମନ୍ଦିର ପ୍ରାଙ୍ଗଣରେ ସ୍ଥାପନ କରିଥିଲେ। ପରେ ସୂର୍ଯ୍ୟପୂଜା, କଳସ ପୂଜା, ମଣ୍ଡଳ ପୂଜା, ଷୋଡଶ ଉପଚାର ପୂଜା, ଯଜ୍ଞ ଓ ବିଭିନ୍ନ ଭୋଗ ଲାଗି କରାଯାଇଥିଲା। ମଧ୍ୟାହ୍ନରେ ଭକ୍ତମାନେ ପ୍ରସାଦସେବନ କରିଥିଲେ । ପୂଜକ ଡୁଲା ଭାଇନା, କର୍ତା ବିମଳ ନାୟକ, କର୍ତୀ ସୋନାଲି ନାୟକ ପୂଜାକୁ ସମ୍ପାଦନ କରିଥିଲେ । କମିଟିର ସଭାପତି ପ୍ରଭାତୀ ନାୟକ, ସଂପାଦକ ସୋନାଲି ନାୟକ, ସଦସ୍ୟ ଲିଲି ନାୟକ, ଲିନୁ ନାୟକ, ଲିନା, ଟୁନି, ବାବୁ, ଶ୍ୟାମସୁନ୍ଦର ନାୟର, ବିମଳ ନାୟକ, ବସନ୍ତ ନାୟକ, ଯୁଗଳ ନାୟକ, ପ୍ରଭାକର ସାହୁ, ଉଜାଲା ନାୟକ, ପବିତ୍ର ନାୟକ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *