Spread the love

ମହାଶିବରାତ୍ରିରେ ପାଞ୍ଚଗଡ଼ ଅଞ୍ଚଳରେ ଶୈବପୀଠ ଗୁଡିକ ଚଳଚଞ୍ଚଳ ଥିଲା

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ପାଞ୍ଚଗଡ଼ ଅଞ୍ଚଳରେ ଥିବା ଶିବମନ୍ଦିର ଜାଗର ପାଁଇ ଉତ୍ସବ ମୁଖର ହୋଇଥିଲା। ନୂଆହତାରେ ଥିବା ବାବା ନୀଳକଣ୍ଠେସ୍ଵର ମହାଦେବ, ଗଡ଼ ବୁଢାପଙ୍କରେ ବାବା ସ୍ଵପ୍ନେଶ୍ଵର ମହାଦେବ, ଗୋତମରାରେ ବାବା କୁଣ୍ଡେସ୍ଵର ମହାଦେବ, ବନ୍ଦାରେ ବାବା ରାମେଶ୍ଵର ମହାଦେବ, ବଅଁରପାଳରେ ବାବା ସିଦ୍ଧେଶ୍ଵର ମହାଦେବ ଓ ଗଡ଼ସନ୍ତୀରେ ବାବା ଈଶ୍ବର ଡମ୍ବରୁଧର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଭକ୍ତ ମାନେ ଦୀପ ଜଳାଇ ଜାଗର ପାଳନ କରିଥିଲେ। ଶିବମନ୍ଦିର ଗୁଡିକରେ ଭଜନ କୀର୍ତ୍ତନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଆୟୋଜିତ ହୋଇଥିଲା। ଶିବରାତ୍ରୀ ପ୍ରତିମାସ ରେ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ପଡିଥାଏ। ବର୍ଷକରେ ଥରେ ମହାଶିବରାତ୍ରି ଫାଲଗୁନ ମାସ କୃଷ୍ଣ ଚତୁର୍ଦ୍ଦଶୀରେ ପାଳନ କରାଯାଏ । ଦେବ ଦେବ ମହାଦେବଙ୍କର ହଜାର ହଜାର ଶ୍ରଦ୍ଧାଳୁ ମାନସିକ କରି ବ୍ରତ ରଖିଥିଲେ। ଭୋଳାନାଥଙ୍କ ଭକ୍ତ ମାନେ ଏହି ଦିନକୁ ବେଶ୍ ଶ୍ରଦ୍ଧା ଓ ଭକ୍ତିରେ ପାଳନ କରିଥିଲେ।ମହାଦୀପ ଅଧରାତ୍ର ପ୍ରହରୀ ଯାଥା ରାତି ୧୨ ସମୟରେ ଶିବମନ୍ଦିର ଚୁଡଦେଶକୁ ମହାଦୀପ ଉଠା ଯାଇଥିଲା। ସାରା ସଂସାରକୁ ଅଜ୍ଞାନ ରୂପକ ଅନ୍ଧକାରରୁ ଦୂର କରି ଆଲୋକ ପ୍ରଦାନ କରିବା ହେଉଚି ମହାଦୀପ ଉଠାଣ ଉଦ୍ଦେଶ୍ଯ। ଭକ୍ତ ମାନେ ସାରା ଦିନ ଉପବାସ ରହିବା ପରେ ଓ ରାତିରେ ମହାଦୀପ ଉଠିବା ପରେ ଭକ୍ତ ମାନେ ପ୍ରସାଦ ସେବନ କରିଥିଲେ।

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକରୁ ବ୍ୟୁରୋ ରିପୋଟ

Leave a Reply

Your email address will not be published. Required fields are marked *