Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ମହିଳାଙ୍କୁ ତଣ୍ଟି ଚିପି ହତ୍ୟା !

 

 

ଜେ . ବି. ଏନ୍ (୧୪/୧୨ /୨୦୨୦)

ଦିଗପହଣ୍ଡି/ଚିକିଟି: ନୂଆଗାଁ ଥାନା ଅନ୍ତର୍ଗତ ଗଡଗୋବିନ୍ଦପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ମୁତାବକ ପାତ୍ରପୁର ତଣ୍ଡିପୁର ଗ୍ରାମର ସୁଜାତା ବେହେରା ୩ ବର୍ଷ ତଳେ ସୁଜାତା ଦିଗପହଣ୍ଡି ବ୍ଲକ ଗଡଗୋବିନ୍ଦପୁରର କୟାନ ବେହେରାଙ୍କ ପୁଅ କେଦାର ବେହେରାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। କିଛିଦିନ ହେଲା ଶାଶୂ ଘର ଲୋକ ସୁଜାତାକୁ ଶାରୀରିକ ଓ ମାନସିକ ଚାପରେ ରଖୁଥିଲେ ଓ ଆଜି ତାଙ୍କୁ ମାରି ଦେଇଛନ୍ତି ବୋଲି ସୁଜାତାର ବାପା ଘର ଲୋକ ଲିଖିତ ଅଭିଯୋଗ ଆଣିଛନ୍ତି। ମୃତକ ମହିଳାଙ୍କ ବେକ ଓ ମୁହଁରେ କ୍ଷତ ଚିହ୍ନ ଦେଖିବାକୁ ମିଳିଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ବାପଘର ଲୋ​କେ ଅଭିଯୋଗ କରିଛନ୍ତି। ଆଜି ଅପରାହ୍ନରେ ସୁଜାତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ବେକକୁ ଦବାଇ ମାରି ଦିଆଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ଗ୍ରାମରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଛି।

ସର୍ବଶେଷ ଖବର ମୁତାବକ ପୁଲିସ ମହିଳାଙ୍କ ସ୍ବାମୀ କେଦାରକୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି। ଥାନା ଅଧିକାରୀ ମାଧବାନନ୍ଦ ନାୟକ, ଧାନଘର ଫାଣ୍ଡି ଅଧିକାରୀ ବିଜୟ କୁମାର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି।