Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଧାନ ଖଳାରେ ଟ୍ରାକ୍ଟର ତଳେ ଚାପି ହୋଇ ଯୁବକ ମୃତ

 

 

ଜେ. ବି. ଏନ୍ (୧୪/୧୨ /୨୦୨୦)

ବୌଦ୍ଧ : ବୌଦ୍ଧ ଜିଲା ବାଉଁଶୁଣୀ ଥାନା ଅନ୍ତର୍ଗତ ପୁରୁଣା ବହିରା ଗ୍ରାମରେ ସୋମବାର ଦିନ ଧାନ ଖଳାରେ ଧାନ ମଡାଉଥିବା ବେଳେ ଟ୍ରାକ୍ଟର ତଳେ ଚାପି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ପୁରୁଣା ବହିରା ଗ୍ରାମର ପଦ୍ମ ସାହୁ(୩୫) ସକାଳୁ ନିଜ ଭାଇ ସହ ଖଳାରେ ଟ୍ରାକ୍ଟର ଯୋଗେ ଧାନ ମଡାଉଥିବାବେଳେ ଅସାବଧାନତା କାରଣରୁ ପଦ୍ମ ଟ୍ରାକ୍ଟର ତଳେ ପଡି ଚାପିି ହୋଇଯାଇଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପାଇ ବାଉଁଶୁଣୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାକ୍ଟର ସହ ଶବକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ବୌଦ୍ଧ ମେଡିକାଲକୁ ପଠାଇଥିଲା। ଏନେଇ ବାଉଁଶୁଣୀ ଥାନାରେ ଥାନା କେସ ନଂ ୧୪୦/୨୦ରେ ଏକ ମାମଲା ହୋଇଥିବା ସହ ତଦନ୍ତ ଚାଲିଥିବା ତଦନ୍ତ କାରୀ ଅଧିକାରୀ ଏ.ଏସ.ଆଇ ମଧୁସୁଦନ କହଁର ପ୍ରକାଶ କରିଛନ୍ତି।