Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ମହିଳାଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଡିଜେଲ ଅଟୋ ପ୍ରଦାନ

(ଜେ. ବି. ଏନ୍ /ସୁଶାନ୍ତ କୁମାର) ୦୨/୦୩ /୨୦୨୧ ଅନୁଗୁଳ : ମହିଳା ମାନଙ୍କୁ ସ୍ଵାବଲମ୍ବୀ କରିବା ଉଦ୍ଦେଶ୍ୟରେ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅନ୍ତର୍ଗତ ଆଜୀବିକା ଗ୍ରାମାଣ ଏକ୍ସପ୍ରେସ ଯୋଜନାରେ ମା ମହାମୟୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଶ୍ରୀମତୀ ସସ୍ମିତା ପ୍ରଧାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଏକ ଡିଜେଲ ଅଟୋ ଯୋଗାଇ ଦିଆଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲିପ କୁମାର ସାହୁ , ଅନୁଗୋଳ ବ୍ଲକର ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ଦେହୁରୀ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍କାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ବ ରଂଜନ ରଥ ଏହି ଡିଜେଲ ଅଟୋର ଚାବିକାଠି ଶ୍ରୀମତୀ ପ୍ରଧାନଙ୍କୁ ହସ୍ତାନ୍ତର କରିଥିଲେ । ଅନୁଗୋଳ ସଦର ବ୍ଳକର ମାଣିକଯୋଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ଜୁଲୁସର ଗ୍ରାମର ଏକ ଗରିବ ପରିବାରରୁ ଆସିଥିବା ଶ୍ରୀମତୀ ପ୍ରଧାନଙ୍କୁ ଦିଆଯାଇଥିବା ଅଟୋର ଦାମ ୩ଲକ୍ଷ ୪୩ ହଜାର ଟଙ୍କା । ମାଣିକଯୋଡି ଗ୍ରାମପଞ୍ଚାୟତରୁ ୨ଲକ୍ଷ ୯୦ହଜାର ଟଙ୍କାର ଅନୁଦାନ ପ୍ରଦାନ କରିବା ବେଳେ ବାକି ୪୭ହଜାର ଟଙ୍କା ହିତାଧିକାରୀ ନିଜେ ବହନ କରିବେ । ଏହି ଅଟୋ ମାଣିକଯୋଡିଠାରୁ ଅନୁଗୋଳ ମଧ୍ୟରେ ନିୟମିତ ଯାତ୍ରୀ ପରିବହନ କରିବ । ଅଟୋ ଚଳାଇ ଦୈନିକ ୭୫୦ ଟଙ୍କା ରୋଜଗାର କରିପାରିବେ ବୋଲି ଆଶାବ୍ୟକ୍ତ କରିବା ସହ ଭବିଷ୍ୟତରେ ଆଭ୍ୟନ୍ତରିଣ ଗ୍ରାମ ଗୁଡିକରେ ତାଙ୍କର ଅଟୋସେବା ଯୋଗାଇ ଦେବାର ଯୋଜନା ଥିବା ଶ୍ରୀମତୀ ପ୍ରଧାନ ପ୍ରକାଶ କରିଛନ୍ତି।