ମହିଳା ସଶକ୍ତୀକରଣ ଓ ଶିଶୁଙ୍କ ବିକାଶକୁ ଗୁରୁତ୍ୱ; ବଅଁରପାଳରେ ଦୁଇଟି ନୂତନ କେନ୍ଦ୍ର ଉଦ୍ଘାଟିତ
ବଅଁରପାଳ: ମହିଳା ସଶକ୍ତୀକରଣ ସହ ଶିଶୁଙ୍କ ଯତ୍ନ ଓ ପ୍ରାରମ୍ଭିକ ଶିକ୍ଷାକୁ ଅଧିକ ସୁଦୃଢ଼ କରିବା ଦିଗରେ ବଅଁରପାଳ ଗ୍ରାମ ପଞ୍ଚାୟତରେ ଆଉ ଏକ ପଦକ୍ଷେପ ନିଆଯାଇଛି। ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନରେ ନୂତନ ଭାବେ ନିର୍ମିତ ସୁଭଦ୍ରା ଶକ୍ତି କେନ୍ଦ୍ର ଓ ଅଙ୍ଗନବାଡ଼ି କେନ୍ଦ୍ରର ଉଦ୍ଘାଟନ କରାଯାଇଛି।
ଏହି ଉଦ୍ଘାଟନୀ ଉତ୍ସବରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଭୟ କେନ୍ଦ୍ରର ଶୁଭାରମ୍ଭ କରିଥିଲେ। ଏହି ଦୁଇ କେନ୍ଦ୍ର ମାଧ୍ୟମରେ ସ୍ଥାନୀୟ ଅଞ୍ଚଳର ମହିଳା ଓ ଶିଶୁମାନେ ଉପକୃତ ହେବା ସହ ଗ୍ରାମାଞ୍ଚଳର ବିକାଶକୁ ନୂଆ ଦିଗ ମିଳିବ ବୋଲି ଆଶା କରାଯାଉଛି।
କାର୍ଯ୍ୟକ୍ରମରେ ୨୭ ନମ୍ବର ଜୋନ୍ର ଜିଲ୍ଲା ପରିଷଦ ସଦସ୍ୟ ଗୋପାଳ ନାଏକ, ୨୮ ନମ୍ବର ଜୋନ୍ର ଜିଲ୍ଲା ପରିଷଦ ସଦସ୍ୟା ମୀରା ଗଡ଼ନାୟକ, ବଅଁରପାଳ ବିଡିଓ ଲୋଚନ ଦାସ, ବିଜେପି ଜିଲ୍ଲା ସମ୍ପାଦକ ପ୍ରତ୍ୟୁଷ ରଞ୍ଜନ ପଣ୍ଡା ଓ ପଞ୍ଚାୟତ ସଭାପତି ଅନାମ ସାହୁ ଉପସ୍ଥିତ ଥିଲେ।
ଏହାବ୍ୟତୀତ ବିଜେପିର ବହୁ ନେତା, କର୍ମକର୍ତ୍ତା ଓ ସ୍ଥାନୀୟ ଗ୍ରାମବାସୀ ଏହି ଉଦ୍ଘାଟନୀ ସମାରୋହରେ ସାମିଲ ହୋଇଥିଲେ।
