Spread the love

ହିନ୍ଦୋଳରେ ହାତୀ ଆତଙ୍କ, ଆକ୍ରମଣରେ ଜଣେ ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ହାତୀ ଆକ୍ରମଣରେ ଜଣେ ୩୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହିନ୍ଦୋଳ ବ୍ଲକ ଅନ୍ତର୍ଗତ ନଣ୍ଡେଇଲ ଗ୍ରାମର ତନ୍ତିମୁଣ୍ଡା ଅଞ୍ଚଳରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି।

ମୃତକ ହେଉଛନ୍ତି ନଣ୍ଡେଇଲ ଗ୍ରାମର ସଞ୍ଜୟ ଭୋଇ (୩୬)। ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ପ୍ରକାଶ ପାଇବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ତେବେ ଘଟଣା ସମ୍ପର୍କରେ ଅଧିକ ବିବରଣୀ ଏବଂ ବନ ବିଭାଗର ପରବର୍ତ୍ତୀ ପଦକ୍ଷେପ ସମ୍ପର୍କିତ ସୂଚନା ମିଳିବାକୁ ଅପେକ୍ଷା କରାଯାଇଛି।

ରିପୋର୍ଟ: ମନୋଜ କୁମାର ମହାପାତ୍ର, ଓଡ଼ାପଡ଼ା ବ୍ଲକ, ଢେଙ୍କାନାଳ
ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *