### ମାଉଣ୍ଟ ଆବି ଗାମିନ୍ ଅଭିଯାନରେ ITBPକୁ ସଫଳତା, ଏସୀୟ କ୍ରୀଡ଼ାର ପଦକ ବିଜେତାଙ୍କୁ ସମ୍ବର୍ଦ୍ଧନା
ନୂଆଦିଲ୍ଲୀ, ୧୪ ଅକ୍ଟୋବର ୨୦୨୬: ପର୍ବତାରୋହଣରେ ସଫଳତା ସହ ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଦେଶର ଗୌରବ ବଢ଼ାଇଛନ୍ତି ଭାରତ-ତିବ୍ବତ ସୀମା ପୁଲିସ ବାହିନୀ (ITBP)ର ଯବାନମାନେ। ମାଉଣ୍ଟ ଆବି ଗାମିନ୍ ଅଭିଯାନ-୨୦୨୬ର ସଫଳ ସମାପ୍ତି ଅବସରରେ ନୂଆଦିଲ୍ଲୀସ୍ଥିତ ITBP ମୁଖ୍ୟାଳୟରେ ଫ୍ଲାଗ୍-ଇନ୍ ସମାରୋହ ଆୟୋଜିତ ହୋଇଥିବା ବେଳେ ବିଭିନ୍ନ କ୍ରୀଡ଼ାରେ ଉତ୍କର୍ଷ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି।
ITBP ମହାନିର୍ଦ୍ଦେଶକ ଶତ୍ରୁଜିତ କପୁର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅତିରିକ୍ତ ମହାନିର୍ଦ୍ଦେଶକ ସଞ୍ଜୟ ଗୁଞ୍ଜିଆଲଙ୍କ ସମେତ ବରିଷ୍ଠ ଅଧିକାରୀ, ପର୍ବତାରୋହଣ ଦଳର ସଦସ୍ୟ, କ୍ରୀଡ଼ାବିତ୍, ପ୍ରଶିକ୍ଷକ ଓ ଦଳ ପରିଚାଳକମାନେ ଏଥିରେ ଉପସ୍ଥିତ ଥିଲେ।
### ୭,୩୫୫ ମିଟର ଉଚ୍ଚତାରେ ଆବି ଗାମିନ୍ ଶିଖର ଆରୋହଣ
ITBP ପକ୍ଷରୁ ଆୟୋଜିତ ମାଉଣ୍ଟ ଆବି ଗାମିନ୍ ଅଭିଯାନ-୨୦୨୬ର ପର୍ବତାରୋହଣ ଦଳ ସେପ୍ଟେମ୍ବର ୧୬ ତାରିଖରେ ୭,୩୫୫ ମିଟର ଉଚ୍ଚତା ବିଶିଷ୍ଟ ମାଉଣ୍ଟ ଆବି ଗାମିନ୍ ଶିଖରରେ ସଫଳତାର ସହ ପହଞ୍ଚିଥିଲେ। ଏହି ସଫଳତା ITBPର ଗୌରବମୟ ପର୍ବତାରୋହଣ ଇତିହାସରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିଛି।
ସମାରୋହରେ ଉପସ୍ଥିତ ଅତିଥିମାନେ ଅଭିଯାନର ସଫଳତା ପାଇଁ ପର୍ବତାରୋହୀ ଦଳକୁ ଅଭିନନ୍ଦନ ଜଣାଇଥିଲେ। ପର୍ବତାରୋହଣ ପାଇଁ ଆବଶ୍ୟକ ଶାରୀରିକ କ୍ଷମତା, ମାନସିକ ଦୃଢ଼ତା ଓ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ କରିବାର ଦକ୍ଷତାକୁ ଏହି ଅଭିଯାନ ପ୍ରତିଫଳିତ କରିଛି।
### ଏସୀୟ କ୍ରୀଡ଼ାରେ ITBP ଯବାନଙ୍କୁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ
ଜାପାନରେ ଅନୁଷ୍ଠିତ ୨୦ତମ ଏସୀୟ କ୍ରୀଡ଼ା-୨୦୨୬ରେ ଉଲ୍ଲେଖନୀୟ ସଫଳତା ହାସଲ କରି ITBPର ଦୁଇ ଖେଳାଳି ଦେଶ ପାଇଁ ଗୌରବ ଆଣିଛନ୍ତି।
* ଏଏସ୍ଆଇ (ଜିଡି) ପରବୀନ: ବକ୍ସିଂରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।
* କନଷ୍ଟେବଳ (ଜିଡି) ନୀରଜ ଚୌହାନ: ତୀରନ୍ଦାଜୀରେ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛନ୍ତି।
୨୦୨୬ ଜାନୁଆରୀରୁ ଅକ୍ଟୋବର ମଧ୍ୟରେ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଅନ୍ୟ ଖେଳାଳିମାନଙ୍କୁ ମଧ୍ୟ ସମାରୋହରେ ସମ୍ମାନିତ କରାଯାଇଥିଲା। କେତେକ ଖେଳାଳିଙ୍କୁ ମହାନିର୍ଦ୍ଦେଶକଙ୍କ ଇନସିଗ୍ନିଆ ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା।
### ଆଧୁନିକ ପ୍ରଶିକ୍ଷଣ ଓ ସୁବିଧା ଯୋଗାଇବା ଉପରେ ଗୁରୁତ୍ୱ
ସମାବେଶକୁ ସମ୍ବୋଧିତ କରି ITBP ମହାନିର୍ଦ୍ଦେଶକ ଶତ୍ରୁଜିତ କପୁର ସଫଳ ପର୍ବତାରୋହୀ ଦଳ ଓ ପଦକ ବିଜେତା ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ ପର୍ବତାରୋହଣ ITBPର କାର୍ଯ୍ୟଶୈଳୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହା ଯବାନମାନଙ୍କ ଶାରୀରିକ ସହନଶୀଳତା, ମାନସିକ ଦୃଢ଼ତା ଏବଂ କଠିନ ଭୌଗୋଳିକ ପରିସ୍ଥିତିରେ କାମ କରିବାର କ୍ଷମତା ବୃଦ୍ଧି କରିଥାଏ।
ସେହିପରି କ୍ରୀଡ଼ା ଶୃଙ୍ଖଳା, ଦଳଗତ କାର୍ଯ୍ୟ ଓ ଉତ୍କର୍ଷ ହାସଲ କରିବାର ମନୋଭାବ ସୃଷ୍ଟି କରେ। ଖେଳାଳିମାନଙ୍କ ସଫଳତା ପଛରେ ପ୍ରଶିକ୍ଷକ ଓ ଦଳ ପରିଚାଳକମାନଙ୍କ ଅବଦାନକୁ ମଧ୍ୟ ସେ ପ୍ରଶଂସା କରିଥିଲେ।
ITBPର ପର୍ବତାରୋହୀ ଓ କ୍ରୀଡ଼ାବିତ୍ମାନଙ୍କୁ ଉନ୍ନତ ପ୍ରଶିକ୍ଷଣ, ଆଧୁନିକ ସୁବିଧା ଏବଂ ନିରନ୍ତର ସହଯୋଗ ଯୋଗାଇବା ପାଇଁ ବାହିନୀ ପ୍ରତିବଦ୍ଧ ବୋଲି ମହାନିର୍ଦ୍ଦେଶକ ପୁନର୍ବାର ସ୍ପଷ୍ଟ କରିଥିଲେ।
ଦେଶ ଓ ବାହିନୀର ଗୌରବ ବୃଦ୍ଧି କରିବା ସହ ଆଗାମୀ ଦିନରେ ITBP ଯବାନମାନେ ନିଜର ସାହସ, ଦକ୍ଷତା ଓ ସମର୍ପଣ ମାଧ୍ୟମରେ ନୂଆ ସଫଳତାର ମାଇଲଖୁଣ୍ଟ ସ୍ଥାପନ କରିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ITBP Holds Flag-In Ceremony of Mount Abi Gamin Expedition–2026 and Felicitates Outstanding Sportspersons
New Delhi, 14 October 2026: The Indo-Tibetan Border Police (ITBP) organised a Flag-In Ceremony to mark the successful completion of the Mount Abi Gamin Expedition–2026, along with a felicitation ceremony for sportspersons who excelled in national and international competitions, at Force Headquarters, New Delhi, today. Shri Shatrujeet Kapur, Director General, ITBP, graced the occasion as the Chief Guest. Shri Sanjay Gunjyal, Additional Director General (HQ), along with senior officers, members of the mountaineering expedition team, sportspersons, coaches and team managers, attended the event.

The programme commenced with a welcome address by Shri Pawan Malik, Deputy Inspector General (Sports), followed by the Flag-In Ceremony of the Mount Abi Gamin Expedition team. The team successfully summited Mount Abi Gamin (7,355 metres) on 16 September 2026, adding another achievement to ITBP’s distinguished legacy of mountaineering.
During the ceremony, sportspersons who delivered outstanding performances in various national and international competitions between January and October 2026 were also felicitated. Selected sportspersons were honoured with the DG’s Insignia and Commendation Roll in recognition of their exceptional achievements.

Notably, at the recently concluded 20th Asian Games–2026 in Japan, ASI (GD) Parveen of ITBP won a Gold Medal in Boxing, while Constable (GD) Neeraj Chauhan secured one Silver and one Bronze Medal in Archery, bringing laurels to the Nation and the Force.
Addressing the gathering, DG ITBP Shri Shatrujeet Kapur congratulated the successful mountaineering expedition team and the medal-winning sportspersons. He stated that mountaineering is an integral part of ITBP’s distinctive operational ethos, strengthening physical endurance, mental resilience and the ability to operate effectively in challenging terrain and adverse conditions. Similarly, sports foster discipline, teamwork and the pursuit of excellence. He also appreciated the valuable contributions of coaches and team managers to these achievements.
The Director General reaffirmed ITBP’s commitment to providing advanced training, modern facilities and sustained support to its mountaineers and sportspersons. He expressed confidence that ITBP personnel would continue to set new benchmarks through their courage, skills and dedication, further enhancing the prestige of the Nation and the Force at national and international levels.
