Spread the love

ମାଗଣାରେ ବସରେ ଯିବେ ସ୍କୁଲ ଛାତ୍ରଛାତ୍ରୀ। ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ମୁଖ୍ୟମନ୍ତ୍ରୀ ବସ୍ ସେବାକୁ ଅନୁମୋଦନ। ସମସ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ ମାଗଣା ବସ୍ ଯାତ୍ରା ପାଇଁ ଯୋଗ୍ୟ।ଆଉ ବସରେ ଯିବା ପାଇଁ ହେଲେ ସ୍କୁଲ ୟୁନିଫର୍ମ ପିନ୍ଧି ଆଇକାର୍ଡ ଦେଖାଇଲେ ପଡ଼ିବନି ବସ୍ ଭଡ଼ା। ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ମିଳିବ ସୁବିଧା।

ସ୍କୁଲ ପିଲାଙ୍କୁ ନଜରରେ ରଖି ବସ୍ ଚଳାଚଳ ସମୟ ପରିବର୍ତ୍ତନ ହେବ। ଯେପରି ଅଧିକରୁ ଅଧିକ ପିଲା ବସ୍ ସେବା ପାଇପାରିବେ ତାହାକୁ ଗୁରୁତ୍ୱ ଦିଆଯାଇଛି। ସବିଶେଷ ତଥ୍ୟ ଦେବାକୁ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି।

ବ୍ୟବସ୍ଥା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗକୁ ଗଣଶିକ୍ଷା ସଚିବ ଚିଠି ଲେଖିଛି। ଏଥିପାଇଁ OSRTCକୁ ଅନୁରୋଧ କରିଛି ଗଣଶିକ୍ଷା ବିଭାଗ। ଏହାସହ ରୁଟରେ ମଧ୍ୟ ପରିବର୍ତ୍ତନ କରିବାକୁ ଅନୁରୋଧ କରାଯାଇଛି। ଏନେଇ ସୂଚନା ଦେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ।

Leave a Reply

Your email address will not be published. Required fields are marked *