Spread the love

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ଅନ୍ତର୍ଗତ ପୋରୁହଖୋଜ ଗ୍ରାମ ପଞ୍ଚାୟତ ଅଧୀନ ଦଣ୍ଡେଇବେରଣୀଗ୍ରାମର ମା ମଙ୍ଗଳା ନର୍ସରୀ ରେ ପ୍ରକ୍ରୁତିବନ୍ଧୁ ଚିତ୍ତରଞ୍ଜନ କଅଁର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜି ଜୁଲାଇ ମାସର ଚଉଦ ତାରିଖ ପୂର୍ବାହ୍ନ ଏଗାରଟାରେ ମାଗଣା ଚାରା ବଣ୍ଟନ ଓ ରୋପଣ କାର୍ଯ୍ୟକ୍ରମ ଢେଙ୍କାନାଳ ଜିଲ୍ଲା ପ୍ରକ୍ରୁତିବନ୍ଧୁ ସଂଗଠନ ର ସମ୍ପାଦକ ହରିହର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଅଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଗଁଦିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରୀନାରାଣୀ ଖଟୁଆ , ବିଶିଷ୍ଟ ଅତିଥି ଭାବେ ଗଁଦିଆ ବ୍ଳକ ଉନ୍ନୟନ ଅଧିକାରୀ ଆଶିଷ ରଂଜନ ସାହୁ, ସମ୍ମାନିତ ଅତିଥି ଭାବେ ଗଁଦିଆ ଥାନା ଭାରପ୍ରାପ୍ତ ଅଧିକାରୀ ସତ୍ୟବ୍ରତ ଭୂତିଆ, ଗଁଦିଆ ବ୍ଳକ ବିଜୁ ଜନତା ଦଳ ସଭାପତି ବିଶ୍ବନାଥ ଜେନା, ସ୍ଥାନୀୟ ପୋରୁହଖୋଜ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ବଳରାମ ପରିଡା, ଗଁଦିଆ ବ୍ଳକ କଳା ସଂସ୍କୃତି ଉପସଭାପତି କପିଳେଶ୍ୱର ବେହେରା, ଗଁଦିଆ ମିଳିତ ସାମ୍ବାଦିକ ସଂଘ ସଭାପତି ପୁଷ୍ପ ଲତା ସାମଲ, ବିଶିଷ୍ଟ ସମାଜସେବୀ ଅଜିତ ରାଉତ, ପୂର୍ବତନ କାବେରା ସରପଞ୍ଚ ହଳଧର ମହାଳିକ,ବନପାଳ ବିମଳ ବନ୍ଦା, ବନ କର୍ମଚାରୀ ଉପମା ବେହେରା ଉପସ୍ଥିତ ହୋଇ ଉଦ୍ ବୋଧନ ଦେଇଥିଲେ ଓ ପ୍ରାୟ ପାଞ୍ଚ ଶହ ଚାରା ବଣ୍ଟନ କରିଥିଲେ ଓ ଚାରା ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ କଳା ପରିଷଦ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ର ପ୍ରାୟ ଶତାଧିକ କର୍ମୀ ଉପସ୍ଥିତ ହୋଇ ଥିଲେ ଓ କଳା ପରିବେଷଣ କରିଥିଲେ। ଛାତ୍ର ପ୍ରତିଭା ସମ୍ମାନ ଓ ଉଦ୍ବାନବିତ୍ ସମ୍ମାନ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *