Spread the love

ଇଣ୍ଡିଗୋ ବିମାନ ସଙ୍କଟ ପରେ ସାରା ଦେଶରେ ଘରୋଇ ବିମାନ ଭଡ଼ା ବୃଦ୍ଧି ସମ୍ପର୍କରେ ବଢ଼ୁଥିବା ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କେନ୍ଦ୍ର ସରକାର ଆଜି ବିମାନ କମ୍ପାନୀଗୁଡ଼ିକ ଉପରେ ଭଡ଼ା ସୀମା ଲାଗୁ କରିଛନ୍ତି ।ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ବିମାନ କମ୍ପାନୀଗୁଡ଼ିକ ଅଧିକ ଶୁଳ୍କ ନେଇପାରିବେ ନାହିଁ ।

ଏହା ସହ ସେବାରେ ଜାରି ବ୍ୟବଧାନ ବେଳେ ଉଲ୍ଲଂଘନ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛି ମନ୍ତ୍ରଣାଳୟ ।

୫ ଶହ କିମି ଭିତରେ ବିମାନ ଭଡ଼ା ୭ ହଜାର ୫ ଶହ ଟପିବ ନାହିଁ ।୫ ଶହରୁ ୧ ହଜାର କମି ପର୍ଯ୍ୟନ୍ତ ଭଡ଼ା ୧୨ ହଜାର ଟଙ୍କା ।୧ ହଜାରରୁ ୧୫ ଶହ କିମି ପର୍ଯ୍ୟନ୍ତ ଭଡ଼ା ୧୫ ହଜାର ଟଙ୍କା ।୧୫ ଶହ କିମି ଟପିଲେ ଯାତ୍ରୀ ଭଡ଼ା ୧୮ ହଜାର ଭିତରେ ରହିବ ।କହିରଖୁଛୁ ଯେ, ୫ ଦିନ ବିତିଲାଣି ତେବେ ସାରା ଦେଶରେ ଇଣ୍ଡିଗୋ ଅଚଳାବସ୍ଥା ଜାରି ରହିଛି । ଏହି ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅବଗତ କରାଯିବା ପରେ ଇଣ୍ଡିଗୋ ସିଇଓଙ୍କ ସହିତ ଯୋଗାଯୋଗ କରିଛି ପିଏମଓ ।

Leave a Reply

Your email address will not be published. Required fields are marked *