Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ମାହାଙ୍ଗା ଡବଲ ମର୍ଡର ଘଟଣା; ଗିରଫ ହେଲା ଆଉ ଜଣେ ଅଭିଯୁକ୍ତ

ଜେ. ବି. ଏନ୍ (୧୧/୦୧ /୨୦୨୧)

କୁଆଁପାଳ : ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ଏହି ଘଟଣାରେ ବିଜେଡିକୁ ସିଧାସଳଖ ଦାୟୀ କରୁଛନ୍ତି। ସରକାରଙ୍କ ଗାଦି ଟଳମଳ କରିବା ପାଇଁ କଳବଳ କୌଶଳ ଲଗାଇଥିବା ବେଳେ ହତ୍ୟାକାଣ୍ଡରେ ଅଉ ଜଣେ ଅଭିଯୁକ୍ତ ସୋମବାର ଗିରଫ ହୋଇଛି। ଗିରଫ ଅଭିଯୁକତ ଜଣଙ୍କ ହେଲା ଭିକାରୀ ସ୍ବାଇଁ। ଏ ନେଇ କଟକ ଗ୍ରାମାଞ୍ଚଳ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ପୂର୍ବରୁ ସପ୍ତମ ଅଭିଯୁକ୍ତ ଉମେଶ ଖଟୁଆ ଗିରଫ ହୋଇଥିଲା। ଉମେଶର ବୟାନ ନେଇ ବିଭିନ୍ନ ଦିଗରୁ ପୁଲିସ ତଦନ୍ତକୁ ଜୋରଦାର କରିଥିଲା। ଅପରପକ୍ଷରେ ଉମେଶର ସୂଚନା ଆଧାରରେ ଏକାଧିକ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଇଥିଲା।