Spread the love

ମା ଯଜ୍ଞସ୍ୱରି ମନ୍ଦିରରେ ଜନ୍ମବାର୍ଷିକୀ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି l

କଟକ ଜିଲ୍ଲା ଚୌଦ୍ଵାର ଅନ୍ତର୍ଗତ ଜାଜଭାଇରବ ନୂଆଗାଁ ଗ୍ରାମରେ ମା ଯଜ୍ଞସ୍ଵରି ଙ୍କ ଜନ୍ମବାର୍ଷିକୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ୩ ଦିନ ଧରି କରାଯାଇଥିଲା । ପ୍ରାତଃରୁ ମଙ୍ଗଳା ଆଳତି ଓ ମାଜଣା, ସୂର୍ଯ୍ୟପୂଜା, ଷୋଡଷ ଉପଚାର ପୂଜା, ମଣ୍ଡଳ ପୂଜା ଓ ଯଜ୍ଞ ଆରମ୍ଭ ହୋଇ ଶେଷ ଦିନ ସନ୍ଧ୍ୟାରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା । ସଂଧ୍ୟା ରେ ୨୦୦୦ରୁ ଉର୍ଦ୍ଧ୍ବ ଭକ୍ତମାନେ ପ୍ରସାଦସେବନ କରିଥିଲେ। ପୂଜକ ତ୍ରିଥା ନନ୍ଦ ପଣ୍ଡା ଓ ତ୍ରିଲୋକ୍ୟ ନାଥ କର, କର୍ତା ଶ୍ରୀଯୁକ୍ତ କ୍ଷିତିଶ୍ କୁମାର କର ଙ୍କ ଦ୍ବାରା ପୂଜା କାର୍ଯ୍ୟ ସମାପ୍ତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଭାତ ରଞ୍ଜନ ବିଶ୍ଵାଳ ଯୋଗ ଦେଇଥିଲେ। ଏବଂ ତାଙ୍କ ସହ ଚୌଦ୍ଵାର ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ଆଶୁତୋଷ ଦାସ, ମନୋଜ ମହାନ୍ତି, ସୁବ୍ରତ ସାମଲ, ବିମଳ ବେଉରା ଉପସ୍ଥିତ ଥିଲେ। ମନ୍ଦିରର ସଭାପତି ଲକ୍ଷ୍ମୀ ଧର କର , ସଂପାଦକ କୈଳାସ ବାଘୀ, ବଳରାମ କର, ଦୀପକ ପଣ୍ଡା, ଅକ୍ଷୟ କର, ରମେଶ ନାୟକ, ବିଚିତ୍ର ନନ୍ଦ ବଳ, ସହିତ କମିଟିର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରାଇଥିଲେ ।

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ ।

Leave a Reply

Your email address will not be published. Required fields are marked *