Spread the love

ଭୁବନେଶ୍ୱର – ପୁଣି ଥରେ ଜଗା ପ୍ରେମରେ ପ୍ରେକ୍ଷାଳୟ ମୁହାଁ ହେଲେ ଦର୍ଶକ l ଭାବରେ ହେଲେ ବିହ୍ଵଳ l ହରିହର ମହାପାତ୍ର ନିର୍ଦ୍ଦେଶିତ ତଥା ଅଭିନୀତ ଚଳଚ୍ଚିତ୍ର ଆଇ ଆମ୍ କାଳିଆ କୁ ଦର୍ଶକ ଢେର ଭଲ ପାଇବା ଦେଇଛନ୍ତି l ଭୁବନେଶ୍ୱର ସ୍ଥିତ ପି ଭି ଆର ରେ ପ୍ରିମିୟର ଶୋ ହୋଇଥିଲା l ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି, କାଳନ୍ଦୀ ସାମଲ, ରଞ୍ଜିତ ଠାକୁର, ଗୀତିକାର ପଞ୍ଚାନନ ନାୟକ, ଅଖିଳ ପଟ୍ଟନାୟକ, ଅଭିନେତା କୁନା ତ୍ରିପାଠୀ, ଅଭିନେତ୍ରୀ ପୁଷ୍ପା ପଣ୍ଡା, ଦେବଯାନୀ ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ ଙ୍କ ସମେତ ଅନେକ ବରିଷ୍ଠ ସିନେ ନିର୍ଦ୍ଦେଶକ, ସମୀକ୍ଷକ, ଗଣମାଧ୍ୟମ ବନ୍ଧୁ ଏବଂ ସିନେପ୍ରେମୀ ଏକାଠି ବସି ସମ୍ପୂର୍ଣ୍ଣ ଚଳଚ୍ଚିତ୍ର ଟିକୁ ଦେଖିଥିଲେ l

ଜଣେ ବିଦେଶିନୀ ଅଭିନେତ୍ରୀ ଖୁବ ସୁନ୍ଦର ଅଭିନୟ କରି ଓଡ଼ିଆ ଦର୍ଶକ ଙ୍କ ମାନଙ୍କୁ ଆକୃଷ୍ଟ କରିପାରିଛନ୍ତି l ଖାଣ୍ଟି ଓଡ଼ିଆ ଜାତି, ଓଡିଶା ମାଟିର କାହାଣୀ କୁ ନେଇ ନିର୍ଦ୍ଦେଶକ ହରିହର ମହାପାତ୍ର ଚିତ୍ରିତ କରିଛନ୍ତି l ସୁବାଷ ସାହୁ ଙ୍କର ପ୍ରଯୋଜିତ ପ୍ରଥମ ଚଳଚ୍ଚିତ୍ରକୁ ଦର୍ଶକେ ଢେର ପ୍ରଶଂସା କରିଛନ୍ତି l ଗୀତ ଗୁଡିକ ମଧ୍ୟ ଖୁବ ସୁନ୍ଦର ଏବଂ ସୁମଧୁର ହୋଇଛି l

ୟା ଭିତରେ ଅନେକ ଚଳଚ୍ଚିତ୍ରକୁ ଓଡ଼ିଆ ଦର୍ଶକ ଯେମିତି ଭଲ ପାଇବା ଦେଇଛନ୍ତି, ଆଇ ଆମ୍ କାଳିଆ କୁ ମଧ୍ୟ ଭଲ ପାଇବା ଦେବେ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛନ୍ତି l

Leave a Reply

Your email address will not be published. Required fields are marked *