Spread the love

ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଫାଇଲ୍ ହଜିବା ଘଟଣା ଏକ ପ୍ରହସନ


ତାଳଚେର, ୩୦/୦୭ ଫାଇଲ୍ କେବେ ଠାରୁ ହଜିଛି, ତାହା ପୁଣି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଏହା ପୁଣି ଆଉ କ’ଣ ଆଶ୍ଚର୍ଯ୍ୟ କଥା ହାଇପାରେ । ଦୀର୍ଘ ୧୮ବର୍ଷ ତଳର ଘଟଣା ଏହାର ତଦନ୍ତ ଫାଇଲ ଥିବା ସହ ବିଜେପି ସରକାର ଆସିବାରେ ୨ବର୍ଷ ପାର ହୋଇଯାଇଛି । ଏବେ ଫାଇଲ ହଜିବା କଥା ପଦାକୁ ଆସିବାପରେ ଏହାକୁ ଖୋଜିବା ପାଇଁ କମିଟି ଗଠନପରେ ପୋଲିସ୍ ଆଶ୍ରୟ ନିଆଯାଇଛି । ତଥାପି ମନ ବୁଝିଲା ନାହିଁ, ଏହାକୁ କ୍ରାଇମବ୍ରାଂଚ ଅଧିକାରୀଙ୍କୁ ଦାୟୀତ୍ୱ ଦିଆଯାଇଛି । ଅନ୍ୟପଟେ ଏହାକୁ ରାଜସ୍ୱମନ୍ତ୍ରୀ ସୁରେଶ ପୂୂଜାରୀ ଗୋଟିଏ ପରେ ଗୋଟିଏ କଥା ବଦଳାଇ ଫାଇଲ ହଜିବା ସମ୍ପର୍କରେ ଅନେକ କଥା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ଫାଇଲ ହଜିବା ଓ ତାକୁ କିଏ ନେଇଛି ତାହା ମଧ୍ୟ ମନ୍ତ୍ରୀ ଜାଣିଥିବା ସେ ନିଜେ ପ୍ରକାଶ କରିଛନ୍ତି । ତେଣୁ ତାଙ୍କୁ ତଦନ୍ତ ପରିସରକୁ ଆଣିବାକୁ ଢ଼େଙ୍କାନାଳ ପୂର୍ବତନ ସାଂସଦ ମହେଶ ସାହୁ ଏହା ଦାବି କରିଛନ୍ତି । ଅନ୍ୟପକ୍ଷେ ଅବସର ଗ୍ରହଣ କରିଥିବା ଅଧିକାରୀଙ୍କୁ କ୍ରାଇମବ୍ରାଂଚକୁ ଡ଼କାଯାଇ ଏସମ୍ପର୍କରେ ପଚରାଉଚରା କରାଯାଉଥିବା ବେଳେ ବର୍ତମାନ କାର୍ଯ୍ୟରତ ଗୃହ ବିଭାଗ ଅଧିକାରୀକୁ ପଚରାଉଚରା କେବେ ହେବ ବୋଲି ଶ୍ରୀ ସାହୁ ଅଭିଯୋଗ କରିଛନ୍ତି । ତେବେ ଏସମ୍ପର୍କରେ ପୂର୍ବତନ ଶାସନ ସଚ୍ଚିବ ବିଜୟ ପଟ୍ଟନାୟକ ଫାଇଲ କେବେ ହଜିନଥିବ କିନ୍ତୁ ଏହା କୌଣସି ଏକ ସ୍ଥାନରେ ରହି ଯାଇଛି ବୋଲି ପ୍ରକାଶ କରିଛନ୍ତି ଏବଂ ଏହି ଫାଇଲର ସମସ୍ତ ଲେଖା କମ୍ପ୍ୟୁଟରରେ ଅପଲୋଡ଼ ହୋଇଥିବା ନିଶ୍ଚିତ ତାକୁ କାହିଁକି ସର୍ବଜାନିନ କରାଯାଉ ନାହିଁ । ଯଦି କମ୍ପୁଟରେ ନାହିଁ ତେବେ ଅଫିସରେ କାହିଁକି କମ୍ପ୍ୟୁଟର ରଖାଯାଇଛି ଏବଂ ଚର୍ଚ୍ଚାକୁ ଆସିବାପାଇଁ ସରକାରୀ ଦଳର ନାଟକବାଜି ବୋଲି କହିଛନ୍ତି ଶ୍ରୀ ସାହୁ ।

Leave a Reply

Your email address will not be published. Required fields are marked *