Spread the love

ଅଗ୍ନିଶମ କର୍ମଚାରୀ ଚନ୍ଦନ ପଟ୍ଟନାୟକ ଙ୍କ ବିୟୋଗ ରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କ ଶୋକ

ତାଳଚେର /ଅନୁଗୋଳ : ତା 30/07/2026: ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଗୁରୁଜାଙ୍ଗୁଲି ପଂଚାୟତ ର ଖୋଲୁଆ ଗ୍ରାମର ଅଗ୍ନିଶମ କର୍ମଚାରୀ ଚନ୍ଦନ ପଟ୍ଟନାୟକ (26) କାର୍ଯ୍ୟରତ ଅବସ୍ଥାରେ କେନ୍ଦୁଝର ଠାରେ ଗତକାଲି ବୁଧବାର ଏକ ଅଭାବନୀୟ ଅବସ୍ଥାରେ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଛି |ଏ ବିଷୟରେ ଜାଣିବା ପରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି |ଅଗ୍ନିଶମ କର୍ମଚାରୀ ଚନ୍ଦନ ପଟ୍ଟନାୟକଙ୍କର କାର୍ଯ୍ୟରତ ଅବସ୍ଥାରେ ଏକ ଅଭାବନୀୟ ଦୁର୍ଘଟଣାରେ ଅକାଳ ବିୟୋଗ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ ।ଏହି କଠିନ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରୁଛି ବୋଲି ଶ୍ରୀଯୁକ୍ତ ପ୍ରଧାନ ଏକ ଶୋକ ବାର୍ତ୍ତା ରେ ପ୍ରକାଶ କରିଛନ୍ତି |
ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଶୋକ ପ୍ରକାଶ କରିବା ସହ କହିଛନ୍ତି, ଓଡ଼ିଶାର ନିଷ୍ଠାବାନ ଅଗ୍ନିଶମ କର୍ମଚାରୀ ଚନ୍ଦନ ପଟ୍ଟନାୟକଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଗଭୀର ଶୋକ ପ୍ରକାଶ କରୁଛି।
ଉଦ୍ଧାର କାର୍ଯ୍ୟ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଓ ସେବାମୂଳକ ଦାୟିତ୍ୱ ତୁଲାଉଥିବା ସମୟରେ ତାଙ୍କର ବିୟୋଗ ଆମ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି।
ତାଳଚେର ବ୍ଲକ୍ ଅନ୍ତର୍ଗତ ଗୁରୁଜାଙ୍ଗୁଲି ଗ୍ରାମ ପଞ୍ଚାୟତର ଖୋଲୁଆ ଗ୍ରାମର ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକଙ୍କ ଏକମାତ୍ର ପୁତ୍ର ଚନ୍ଦନଙ୍କର ଏହି ସାହସିକତା ଓ ଜନସେବା ସଦା ସର୍ବଦା ସ୍ମରଣୀୟ ରହିବ।
ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଏହି କଠିନ ସମୟରେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରିବା ନିମନ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚରଣରେ ବିନମ୍ର ପ୍ରାର୍ଥନା କରୁଛି ବୋଲି ପ୍ରକାଶ କରିଛନ୍ତି |
ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶୋକ ମହାନ୍ତି, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲେଶ୍ଵର ପ୍ରଧାନ, ସଂଜୀବ ସାହୁ, ଅନୁପ ସାଏ ଓ ପ୍ରତିମା ମିଶ୍ର, କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ପର୍ଶୁରାମ ବାରିକ ଙ୍କସମେତ ସମସ୍ତ ଜିଲ୍ଲା ବିଜେପି ପଦାଧିକାରୀ ଶୋକ ପ୍ରକାଶ କରିଛନ୍ତି |

Leave a Reply

Your email address will not be published. Required fields are marked *