ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୧୫୦ତମ ରାଜ୍ୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ଅନୁଷ୍ଠିତ
୩,୨୮୦.୫୮ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ଅନୁମୋଦନ; ୧୦,୬୬୧ଟି ନିଯୁକ୍ତି ସୁଯୋଗ ସୃଷ୍ଟି
- ବିଭିନ୍ନ କ୍ଷେତ୍ରରେ ୧୯ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ଅନୁମୋଦନ।
- ଉତ୍ପାଦନ, ସ୍ୱଚ୍ଛ ଶକ୍ତି, ପର୍ଯ୍ୟଟନ ଓ ଉଦୀୟମାନ ଶିଳ୍ପ କ୍ଷେତ୍ରକୁ ମିଳିବ ମଜଭୁତ ସମର୍ଥନ।
ଭୁବନେଶ୍ୱର (୨୯.୦୯.୨୦୨୬): ଓଡ଼ିଶା ସରକାର ମୋଟ ୩,୨୮୦.୫୮ କୋଟି ଟଙ୍କାର ୧୯ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହା ମାଧ୍ୟମରେ ପ୍ରାୟ ୧୦,୬୬୧ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୫୦ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟାରାନ୍ସ ଅଥରିଟି ବୈଠକରେ ଏହି ନିବେଶ ପ୍ରସ୍ତାବଗୁଡ଼ିକୁ ମଞ୍ଜୁରୀ ମିଳିଛି।
ଏହି ପ୍ରକଳ୍ପଗୁଡ଼ିକ ଖୋର୍ଦ୍ଧା, କଟକ, ପୁରୀ, ଅନୁଗୋଳ, ଦେବଗଡ଼, ଗଞ୍ଜାମ, ଜଗତସିଂହପୁର, ଝାରସୁଗୁଡ଼ା, କୋରାପୁଟ ଏବଂ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ପ୍ରତିଷ୍ଠା ହେବ। ଏହା ସହିତ ଏକ ଜୈବ ଇନ୍ଧନ ପ୍ରକଳ୍ପ ରାଜ୍ୟର ଅନ୍ୟ ୮ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ।
ପ୍ରମୁଖ କ୍ଷେତ୍ରଭିତ୍ତିକ ପ୍ରକଳ୍ପ ବିବରଣୀ:
- ବୟନ ଓ ପୋଷାକ ଶିଳ୍ପ:
- ଡଲାର ଇଣ୍ଡଷ୍ଟ୍ରିଜ୍ (ଖୋର୍ଦ୍ଧା): ୧୨୫ କୋଟି ଟଙ୍କା ନିବେଶରେ ସମନ୍ୱିତ ହୋସିଆରୀ ଉତ୍ପାଦନ ୟୁନିଟ୍; ୧,୧୮୫ ନିଯୁକ୍ତି।
- ସାଇ ୱର୍କୱେୟାର ପ୍ରାଇଭେଟ୍ ଲିମିଟେଡ୍ (ପୁରୀ): ୫୯ କୋଟି ଟଙ୍କା ନିବେଶରେ ବୈଷୟିକ ବୟନ ଉତ୍ପାଦନ ୟୁନିଟ୍; ୩,୬୫୦ ନିଯୁକ୍ତି।
- ଖାଦ୍ୟ ପ୍ରକ୍ରିୟାକରଣ:
- ଜିଓଫାଷ୍ଟ ଇଣ୍ଡଷ୍ଟ୍ରିଜ୍ ଇଣ୍ଡିଆ ଲିମିଟେଡ୍ (ଖୋର୍ଦ୍ଧା): ୧୨୦ କୋଟି ଟଙ୍କା ବ୍ୟୟରେ ସ୍ନାକ୍ସ ଓ ନମକିନ୍ ୟୁନିଟ୍; ୩୫୦ ନିଯୁକ୍ତି।
- ଜୟ ଭବାନୀ ଫୁଡ୍ସ ପ୍ରାଇଭେଟ୍ ଲିମିଟେଡ୍ (କଟକ): ୧୦୦ କୋଟି ଟଙ୍କା ନିବେଶରେ କନଫେକ୍ସନାରୀ କୋ-ପ୍ୟାକେଜିଂ ୟୁନିଟ୍; ୫୫୦ ନିଯୁକ୍ତି।
- ଇସ୍ପାତ ଡାଉନଷ୍ଟ୍ରିମ୍:
- ଏସପିଏସ ଅରିହନ୍ତ ଷ୍ଟିଲ୍ ଷ୍ଟ୍ରକଚର୍ସ (ଦେବଗଡ଼): ୧୪୦ କୋଟି ଟଙ୍କା ବ୍ୟୟରେ ଆଇ-ଗାର୍ଡର୍, ବକ୍ସ ବିମ୍ ଓ ଟିଏମଟି କପ୍ଲର୍ ୟୁନିଟ୍; ୫୯୫ ନିଯୁକ୍ତି।
- ଷ୍ଟିଲେଜ୍ ଫ୍ୟାବ୍ରିକେସନ୍ (ସୁନ୍ଦରଗଡ଼): ୧୦୮.୮୨ କୋଟି ଟଙ୍କା ବିନିଯୋଗରେ ଫ୍ୟାବ୍ରିକେସନ୍ ଓ ମେସିନିଂ ୟୁନିଟ୍; ୩୭୫ ନିଯୁକ୍ତି।
- ଭୁବନେଶ୍ୱର ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍ (କଟକ): ୧୦୧.୯୯ କୋଟି ଟଙ୍କା ବିନିଯୋଗରେ ଜିଆଇ ସିଟ୍ ଉତ୍ପାଦନ ୟୁନିଟ୍; ୧୩୦ ନିଯୁକ୍ତି।
- ଜୈବ ଇନ୍ଧନ ଓ ସ୍ୱଚ୍ଛ ଶକ୍ତି:
- ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (୮ଟି ଜିଲ୍ଲା – ବାଲେଶ୍ୱର, ବଲାଙ୍ଗିର, ବରଗଡ଼, ଗଞ୍ଜାମ, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ ଓ ସୁବର୍ଣ୍ଣପୁର): ୯୬୦ କୋଟି ଟଙ୍କା ବ୍ୟୟରେ ବାର୍ଷିକ ୩୯,୬୦୦ ଟିପିଏ ସିବିଜି (CBG) ଉତ୍ପାଦନ ୟୁନିଟ୍; ୭୬୦ ନିଯୁକ୍ତି।
- କିନେଟା ଗ୍ଲୋବାଲ୍ ଲିମିଟେଡ୍ (ଗଞ୍ଜାମ): ୧୭୦ କୋଟି ଟଙ୍କା ବିନିଯୋଗରେ ୮,୨୫୦ ଟିପିଏ କମ୍ପ୍ରେସ୍ଡ ବାୟୋଗ୍ୟାସ୍ ୟୁନିଟ୍; ୧୭୦ ନିଯୁକ୍ତି।
- ପ୍ଲାଷ୍ଟିକ୍ ଓ ସର୍କୁଲାର ଇକୋନୋମି:
- ଶ୍ରୀ ଦକ୍ଷିଣେଶ୍ୱରୀ ମା’ ପଲିଫାକ୍ସ ଲିମିଟେଡ୍ (ଖୋର୍ଦ୍ଧା): ୪୦୧.୬୩ କୋଟି ଟଙ୍କା ବ୍ୟୟରେ ବାର୍ଷିକ ୪୦,୦୦୦ ମେଟ୍ରିକ୍ ଟନ୍ ପିପି ବୁଣା/ଅଣବୁଣା ବ୍ୟାଗ୍ ୟୁନିଟ୍; ୪୯୦ ନିଯୁକ୍ତି।
- ରାମୁକା ଗ୍ଲୋବାଲ୍ ଏଲଏଲପି (ଅନୁଗୋଳ): ୫୦.୧୫ କୋଟି ଟଙ୍କା ବ୍ୟୟରେ ଲୁହା ଓ ଇସ୍ପାତ ସ୍ଲାଗ୍ ପ୍ରକ୍ରିୟାକରଣ ୟୁନିଟ୍; ୪୧୧ ନିଯୁକ୍ତି।
- ରାସାୟନିକ ଶିଳ୍ପ ଓ ଆଇଟି:
- ଟାଟା ପାୱାର୍ (ଖୋର୍ଦ୍ଧା): ୫୪.୩୧ କୋଟି ଟଙ୍କାରେ ଗ୍ଲୋବାଲ୍ କ୍ୟାପାବିଲିଟି ସେଣ୍ଟର୍ (GCC); ୧୧୦ ନିଯୁକ୍ତି।
- ଆକ୍ୱାପ୍ରୁଫ୍ ୱାଲକେୟାର୍ (କଟକ): ୬୨.୬୪ କୋଟି ଟଙ୍କାରେ ନିର୍ମାଣ ରାସାୟନିକ ୟୁନିଟ୍; ୧୩୫ ନିଯୁକ୍ତି।
- ଆସିପିୟା କେମିକାଲ୍ସ (ଜଗତସିଂହପୁର): ୬୦ କୋଟି ଟଙ୍କାରେ ସଲଭେଣ୍ଟ ଡିଷ୍ଟିଲେସନ୍ ୟୁନିଟ୍; ୭୫ ନିଯୁକ୍ତି।
- ପର୍ଯ୍ୟଟନ ଓ ଆତିଥ୍ୟ କ୍ଷେତ୍ର (୫ଟି ପ୍ରକଳ୍ପ):
- ବିବିବି ହୋଟେଲ୍ ପ୍ରାଇଭେଟ୍ ଲିମିଟେଡ୍ (ଗଞ୍ଜାମ): ୫-ତାରକା ହୋଟେଲ୍ (₹୨୦୮.୦୪ କୋଟି); ୩୦୦ ନିଯୁକ୍ତି।
- ହୋଟେଲ୍ ସି ପର୍ଲ ଓଡ଼ିଶା ପ୍ରାଇଭେଟ୍ ଲିମିଟେଡ୍ (ପୁରୀ): ଏସିସିଓଆର (Accor) ସହଭାଗିତାରେ ୫-ତାରକା ବିଚ୍ ରିସର୍ଟ (₹୧୮୦ କୋଟି); ୬୩୦ ନିଯୁକ୍ତି।
- ହାଇଲ୍ୟାଣ୍ଡ ହୋଟେଲ୍ସ (ଝାରସୁଗୁଡ଼ା): ୪-ତାରକା ରିସର୍ଟ (₹୧୫୦ କୋଟି); ୨୫୦ ନିଯୁକ୍ତି।
- ପୁରୀ ଇକୋ-ଟୁରିଜମ୍ ଆଣ୍ଡ ରିସର୍ଟସ୍ (ପୁରୀ): ୪-ତାରକା ରିସର୍ଟ (₹୧୨୪ କୋଟି); ୩୦୫ ନିଯୁକ୍ତି।
- ଓଡିସି ଲେଜର୍ ପ୍ରାଇଭେଟ୍ ଲିମିଟେଡ୍ (କୋରାପୁଟ): ୪-ତାରକା ରିସର୍ଟ (₹୧୦୫ କୋଟି); ୧୮୦ ନିଯୁକ୍ତି।
ଏହି ନିବେଶଗୁଡ଼ିକ ରାଜ୍ୟର ‘ସମୃଦ୍ଧ ଓଡ଼ିଶା ୨୦୩୬’ ଲକ୍ଷ୍ୟକୁ ସାକାର କରିବା ସହ ନିରନ୍ତର ଶିଳ୍ପ ବିକାଶ ଓ ଆଞ୍ଚଳିକ ନିଯୁକ୍ତିକୁ ବୃଦ୍ଧି କରିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି ।
