Spread the love

ମ୍ୟାଟ୍ରିକ ପରୀକ୍ଷାରେ କେନ୍ଦୁଝର ଜିଲ୍ଲା ଟପ୍ପର ହେଲେ ସମୀକ୍ଷା ମହାନ୍ତି।ମ୍ୟାଟ୍ରିକ ପରୀକ୍ଷାରେ କେନ୍ଦୁଝର ଜିଲ୍ଲା ଟପ୍ପର ହେଲେ ଖଣିଜ ବହୁଳ ଭାବରେ ବେଶ୍ ପରିଚିତ ବଡ଼ବିଲ ପୌରାଞ୍ଚଳରେ ରହୁଥିବା ଆଇନଜିବୀ ପ୍ରଦୀପ ମହାନ୍ତି ଙ୍କ ସୁପୁତ୍ରି ସମୀକ୍ଷା ମହାନ୍ତି ସେ 573ନମ୍ବର୍ ରଖି ଜିଲ୍ଲା ଟପ୍ପର ହୋଇଛନ୍ତି , ସମୀକ୍ଷା ଙ୍କ ମାଆ ଜଣେ ଗୃହିଣୀ ହୋଇଥିବା ବେଳେ ତାଙ୍କ ବାପା ଜଣେ ଆଇନଜୀବି ଭାବେ କାର୍ଯ୍ୟ କରନ୍ତି, ସମୀକ୍ଷା ବଡ଼ବିଲ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଅଧ୍ୟୟନ କରୁଥିଲେ, ସମୀକ୍ଷାଙ୍କ କୃତିତ୍ୱ ରେ ତାଙ୍କ ବାପା ମାଆ ସ୍କୁଲ ର ଗୁରୁଜୀ ଗୁରୁମା ଓ ତାଙ୍କ ପାଖ ପଡୋଶୀ ସମସ୍ତଙ୍କ ମନରେ ଆନନ୍ଦ ଖେଳିଯାଇଛି। ଯାହାପାଇଁ ଆଜି ତାଙ୍କ ସ୍କୁଲ୍ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା।ସମୀକ୍ଷାଙ୍କ ଏହି କୃତିତ୍ୱ ହାସଲ କରି ନିଜ ବାପା ମାଆ ଓ ସ୍କୁଲ ର ନାମକୁ ଗୌରବାନିତ କରିଛନ୍ତି ଯାହା ଫଳରେ ବିଭିନ୍ନ ମହଲରୁ ସମୀକ୍ଷାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛା ଓ ପ୍ରଶଂସାର ଶୁଅ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *