ଯାତ୍ରା ଅଭିନେତା ପିୟୁଷଙ୍କ ଦ୍ଵାରା ମହିମା ଅଲେଖ ଗାର୍ମେଣ୍ଟସ ଉଦଘାଟନ
ଯାଜପୁର 4/11 , ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ପ୍ରୀତିପୁର ବଜାର ଠାରେ ଥିବା ମହିମା ଅଲେଖ ଗାର୍ମେଣ୍ଟସ କୁ ବିଶିଷ୍ଟ ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀଙ୍କ କରକମଳରେ ଏକ ମନୋରମ ପରିବେଶ ରେ ଶୁଭ ଉଦ୍ଘାଟନ ହୋଇଯାଇଛି।ସକାଳ ସମୟରେ ଦୋକାନ ର ପୁଜାପାଠ କରାଯାଇଥିଲା। ଏଥିରେ ସମାଜସେବୀ କୈଳାସ ସେଠୀ, ଜିଲ୍ଲା ପରିଷଦ ସଭ୍ୟ ଖଗେଶ୍ବର ମହାନ୍ତି, ନନ୍ଦକିଶୋର ସାମଲ, ନାଟ୍ୟକାର ଓ ଶିକ୍ଷାବିତ ଦିପକ ଜେନା, ଶିକ୍ଷାବିତ ରମାକାନ୍ତ ନାୟକ, ସରପଞ୍ଚ ପ୍ରୀତିକ୍ରୀଷ୍ଣା ଯେନା, ଦୋକାନର ପ୍ରୋପାଇଟର ବିଭୁତି ନାଥ,ବିନୟ ନାଥଙ୍କ ସମେତ ବହୁ ଶୁଭେଚ୍ଛୁ ମାନେ ଉପସ୍ଥିତ ଥିଲେ।

