*ପୋଖରୀରେ ବୁଡି ଯୁବକ ମୃତ୍ୟୁ*
ଅନଗୁଳ ଜିଲ୍ଲା କଣିହାଁ ବ୍ଲକ ବୁରୁକୁନା ଗ୍ରାମ ପଞ୍ଚାୟତ ବାଦୀବାହାଲ ଗ୍ରାମରେ ଘଟିଛି ଏକା ଅଭାବନୀୟ ଘଟଣା। ପୋଖରୀକୁ ଗାଧେଇବାକୁ ଯାଇ ଆଉ ଫେରିନଥିଲେ କାଳିଆ। କାଳିଆଙ୍କ ବୟଷ ପ୍ରାୟ 40 ବର୍ଷ ହେବ। କାମ ସାରି ଦିନ ପ୍ରାୟ 2ଟା ବେଳେ ଗାଧେଇବାକୁ ଯାଇଥିଲେ ନିଜ ଗାଁ ପୋଖରୀକୁ। ଗାଧେଇ ଘରକୁ ନ ଫେରିବାରୁ ଘର ଲୋକ କାଳିଆଙ୍କୁ ଖୋଜିବାକୁ ଲାଗିଲେ। ପରିଶେଷରେ କାଳିଆଙ୍କୁ ନ ପାଇବାରୁ ଘର ଲୋକଙ୍କ ଦ୍ୱାରା ପ୍ରଥମେ ସମଲ ପୋଲିସଙ୍କୁ ଜଣାଇଥିଲେ। ଏବଂ ପରେ କଣିହାଁ ଅଗ୍ନିଶମ ବାହିନୀଙ୍କୁ ଜଣାଇଥିଲେ ବହୁ ସମୟ ଖୋଜା ଖୋଜି କରିବା ପରେ ଅଗ୍ନିଶମ ବାହିନୀ ଦ୍ୱାରା କାଳିଆଙ୍କ ମୃତ୍ୟୁ ଶରୀରକୁ ଗାଁ ପୋଖରୀରୁ ଉଦ୍ଧାର କରାଯାଇଥିଲା ଏବଂ ଶବ ବେଵଚ୍ଛେଦ ପାଇଁ ତାଳଚେର ସ୍ଥିତ ମଣ୍ଡପାଳ ମେଡିକାଲ କୁ ପଠାଯାଇଥିଲା। କଣିହାଁରୁ ସୁନୀଲ କୁମାର ସାମଲ ଙ୍କ ରିପୋର୍ଟ,
