Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଯାତ୍ରୀମାନଙ୍କ ପାଇଁ ନାହିଁ ଆଶ୍ରୟ ସ୍ଥଳୀ

 

ପଞ୍ଚାୟତ ସମିତି କାର୍ଯ୍ୟାଳୟ ଦୁଆର ପାଲଟିଛି ଆଶ୍ରୟସ୍ଥଳୀ

(ଜେ ବି ଏନ /ସୁବ୍ରତ କୁମାର) ୦୬/୦୩/୨୦୨୧ ଅନୁଗୋଳ :: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅଞ୍ଚଳ ରେ ଯାତ୍ରୀ ମାନଙ୍କ ପାଇଁ ନାହିଁ ଆଶ୍ରୟସ୍ଥଳୀ। ଜିଲ୍ଲା ରେ ଏହି ଅଞ୍ଚଳ ବେଶ ପରିଚିତ କାରଣ ଜିଲ୍ଲା ରେ ଲଗାତାର ଜିତି ଚାଲିଥିବା ବିଧାୟକଙ୍କ ଘର। ଏହି ଅଞ୍ଚଳରେ ତହସିଲ କାର୍ଯ୍ଯାଳୟ, ବଅଁରପାଳ ଥାନା, ବଅଁରପାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେଭିନ୍ୟୁ କାର୍ଯ୍ୟାଳୟ, ଓ ବଅଁରପାଳ ସରକାରୀ ଚିକିତ୍ସାଳୟ ଏବେ ନୂତନ ଭାବେ JMFC କୋର୍ଟ ଅବସ୍ଥାପିତ ହୋଇଛି । ଜିଲ୍ଲା ଏହି ଅଞ୍ଚଳ ଦେଇ ୫୫ନମ୍ବର ଜାତୀୟ ରାଜପଥ ରେ ନିତିଦିନ କେତେ ଯେ ଯାତ୍ରୀବାହି ଯାନବାହାନ ଚଳାଚଳ କରୁଛି ତାହା ଅନୁମାନ କରିବା ସମ୍ଭବ ପର ନୂହେଁ। ଜିଲ୍ଲା ରୁ କେତେ ଯେ ଟିକସ ଯାଉଛି ତାହା କହିବା ସମ୍ଭବ ନୁହେଁ। କିନ୍ତୁ ଏଠାରେ ଯିବାଆସିବା କରୁଥିବା ଯାତ୍ରୀ ମାନଙ୍କ ପାଇଁ ଆଶ୍ରୟସ୍ଥଳୀ ନାହିଁ। ଆଗକୁ ପୁଣି ଗ୍ରୀଷ୍ମ ରିତୁ ମାଡି ଆସୁଛି। ଏଥିପ୍ରତି ସରକାର ଧ୍ୟାନ ନ ଦେବା ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି ।