Spread the love

ଯୋଡା ବ୍ଲକରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କଙ୍କ ମିଳିତ ଅଭିଯୋଗ ଶୁଣାଣୀ

ଯୋଡା: କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ସଭାଗୃହରେ ସୋମବାର ଦିନ  ଏକ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲାପାଳ  ବିଶାଳ ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣୀ ରେ ଜିଲ୍ଲା ଆରକ୍ଷି ଅଧିକ୍ଷକ ନୀତିନ କୁଶଲକର ଦାଗଡୁ, ଜିଲ୍ଲା ବନବନଖଣ୍ଡ ଅଧିକାରୀ ଏଚ.ଡି. ଧନରାଜ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହି ଅଧିକାରୀ କୁମାର ନାଗ ଭୂଷଣ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଵିନୋଦ ବିହାରୀ ମିଶ୍ର ,ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡା, ବ୍ଲକ ଅଧକ୍ଷ କବିନ୍ଦ୍ର ନାଏକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡାନିଷ ବେହେରା , ଆର୍ ଟି ଓ ରଞ୍ଜନ କୁମାର ସାହୁ ଙ୍କ ସମେତ ବିଭିନ୍ନ ବିଭାଗିୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଏହି ଜନ ଶୁଣାଣୀ ରେ ଯୋଡାବ୍ଲକ ର ୧୯ଟି ପଞ୍ଚାୟତରୁ ଆସିଥିବା ମୋଟ ୧୧୫ଟି ଅଭିଯୋଗର ଶୁଣାଣୀ କରାଯାଇଥିଲା । ଏହି ଅଭିଯୋଗ ଶୁଣାଣୀରେ ମୁଖ୍ୟତଃ ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା ନିର୍ମାଣ, ପାନୀୟ ଜଳ ଯୋଗାଣ, ବିଦ୍ୟାଳୟର ପାଚେରି ନିର୍ମାଣ, ଉଜ୍ଜ୍ୱଳ ଆଲୌକି କରଣ,  ଜଙ୍ଗଲ ଜମି ପଟ୍ଟା ସମସ୍ୟା ନେଇ ଅଭିଯୋଗମାନ ଆସିଥିଲା,

ଏଥିରେ ଲୋଇଡା ପଦା ପଞ୍ଚାୟତ ଅନ୍ତର୍ଗତ କାଟେସାହି ଠାରୁ ରୁଗୁଡି ସଂଯୋଗ କରୁଥିବା ଆର.ଡି ରାସ୍ତାର ତୁରନ୍ତ ନିର୍ମାଣ,ଲୋଇଡାପଦା ଆଶ୍ରମ ସ୍କୁଲକୁ ହାଇସ୍କୁଲ ରେ ପରିଣତ କରିବା ଏବଂ ମୋବାଇଲ ଟାୱାର ର ନିର୍ମାଣ ପାଇଁ ସରପଞ୍ଚ ବିଳାସିନୀ ଓରାମ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ସେହିପରି ବିଲେଇପଦା ରେଳ ଲାଇନ ଉପରେ ଏକ ପୋଲ ,ଦେଓଝର ଠାରେ ଫୁଟ ବ୍ରିଜର ନିର୍ମାଣ ଏବଂ କଳିଙ୍ଗ ମଡେଲ ସ୍କୁଲ ପାଇଁ ସରପଞ୍ଚ ଧ୍ରୁବଚରଣ ନାଏକ ଜିଲ୍ଲାପାଳ ଙ୍କୁ ଜଣାଇଥିଲେ।ବଲାଣି ପଞ୍ଚାୟତ ର କିଛି ଆଦିବାସୀ ଅଧ୍ୟୁଷିତ ଗ୍ରାମରେ ବିଦ୍ୟୁତ ସଂଯୋଗ ଏବଂ ରାସ୍ତା ର ନିର୍ମାଣ ହେଉନଥିବାରୁ ସରପଞ୍ଚ ମୁଗା ମୁଣ୍ଡା ଅଭିଯୋଗ ମାଧ୍ୟମରେ ଜଣାଇଥିଲେ। ଏବଂ ଆହୁରି ଅନେକ ଅଭିଯୋଗ ର ଶୁଣାଣୀ ହୋଇଥିଲା।ଶୁଣାଣୀ ପରେ ବ୍ଲକ୍ ପ୍ରାଙ୍ଗଣରେ “ଏକ ପେଡ ମା କେ ନାମ” କାର୍ଯ୍ୟକ୍ରମ ଆଧାରରେ ବୃକ୍ଷ ରୋପଣ କରାଯାଇଥିଲା, ଏବଂ ଜିଲ୍ଲାପାଳ ଙ୍କ ଦ୍ଵାରା ପାଞ୍ଚଜଣ ଭିନ୍ନକ୍ଷମ ଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଥିଲା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *