ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ପୀଠର ସମ୍ପୂର୍ଣ୍ଣ ରୁପାନ୍ତର ହେବ। ମେ ୨୯ ତାରିଖ ଦିନ 5T ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ମହିମା ପୀଠ ପରିଦର୍ଶନ କରି ୧୫ ଦିନରେ ପ୍ରକଳ୍ପ ରିପୋର୍ଟ ଦେବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ଆଜି ୧୧୨ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରିଛନ୍ତି। ପୀଠର ସର୍ବାଙ୍ଗୀନ ବିକାଶ ସହିତ ଭକ୍ତମାନଙ୍କ ପାଇଁ ବିଭିନ୍ନ ସୁବିଧା ଉପରେ ଗୁରୁତ୍ଵ ଦିଆଯାଇଛି।
ଏଥିରେ ସମାଧି ମନ୍ଦିରର ପୁନଃ ନିର୍ମାଣ, ପ୍ରାର୍ଥନା ଗୃହ, ପାଚେରୀ, ପୁଷ୍କରିଣୀ ପୁନରୁଦ୍ଧାର, ବସ ଷ୍ଟାଣ୍ଡ, କୌପୀନ ଧାରି ମହିମା ସମାଜ ପୀଠ ପୁନ ନିର୍ମାଣ, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଆଦି ନିର୍ମାଣ କରାଯିବ। ପୀଠ ଭିତରେ ଆଭ୍ୟନ୍ତରୀଣ ସଡ଼କ ସହିତ ପୁରା ସ୍ଥାନର ଆଲୋକି କରଣ କରାଯିବ। ଜଗନ୍ନାଥ ମନ୍ଦିର ଠାରୁ ସ୍କୁଲ ପଡିଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯିବ। ସୌନ୍ଦର୍ଯ୍ୟ କରଣ ପାଇଁ ପୂର୍ବ ପଟ ବଡ ପୋଖରୀର ପୁନରୁଦ୍ଧାର ସହିତ ୨୦୦ ତାଳ ଗଛ ଓ ୨୦୦ ବର ଗଛ ଲଗାଯିବ। ଆଲୋକିକରଣ ସହିତ ପ୍ରମନେଡ ତିଆରି କରାଯିବ।
Andhra Pradesh
Arunachal Pradesh
Assam
Bihar
Chhattisgarh
International
Latest News
National
Odisha
ଅନୁଗୋଳ
କଟକ
କନ୍ଧମାଳ
କର୍ଣ୍ଣାଟକ
କଳାହାଣ୍ଡି
କେନ୍ଦୁଝର
କେନ୍ଦ୍ରାପଡ଼ା
ଖୋର୍ଦ୍ଧା
ଗଜପତି
ଗଞ୍ଜାମ
ଚଳଚ୍ଚିତ୍ର
ଜଗତସିଂହପୁର
ଜାମ୍ମୁ ଓ କାଶ୍ମୀର
ଝାରସୁଗୁଡା
ଟିଟିଲାଗଡ଼
ଢେଙ୍କାନାଳ
ଦିଲ୍ଲୀ
ନୂଆପଡା
ପୁରୀ
ବରଗଡ଼
ବଲାଙ୍ଗୀର
ବାଲେଶ୍ଵର
ବୌଦ୍ଧ
ବ୍ରହ୍ମପୁର
ଭୁବନେଶ୍ବର
ମାଲକାନଗିରି
ଯାଜପୁର
ରାୟଗଡ଼ା
ସୁନ୍ଦରଗଡ଼
ସୁବର୍ଣ୍ଣପୁର
ସୋନପୁର
ଯୋରନ୍ଦା ପାଇଁ ୧୧୨ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ
