Spread the love

ରକଲା ଗ୍ରାମରେ ହାତୀ ଆସି ଏକର ଏକର ଚାଷ ଜମି ଖାଇ,ଦଳି ମକଚି କଲେ ପଦା କୃଷକ ମୁଣ୍ଡରେ ଚଡକ !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ସଞ୍ଜପଡା ପଞ୍ଚାୟତ ରକଲା ଗ୍ରାମରେ ଏକ ଅଭାବ ନିୟ ଘଟଣା ଘଟି ଯାଇଛି !ପ୍ରାୟ 45 ଟିକିଆ ହାତୀପଲ ଆସି ଏକର ଏକର ଧାନ ନଷ୍ଟ କରି ଖାଇ ଦେଇଛନ୍ତି !ରକଲା ଗ୍ରାମର ସମସ୍ତ ଚାଷୀ ମାନଙ୍କର ଧାନ ଫସଲ ଖାଇ ଦେଇ ଦଳି ମକଚି ପଦା କରିଦେଇଛନ୍ତି !ସମସ୍ତ ଚାଷୀ କଣ କରିବେ କିଛି ବୁଝି ପାରୁନାହାନ୍ତି କାରଣ ରିଣ କର୍ଜ ଆଣି ଚାଷ କରିଥିଲେ !ସମସ୍ତେ ଗୁମୁରି ଗୁମୁରି କାନ୍ଦୁଛନ୍ତି !ସମସ୍ତଙ୍କ ମନରେ ଗୋଟିଏ କଥା କିପରି ଚଳିବୁ କଣ ଖାଇବୁ !ଗ୍ରାମର ସମସ୍ତ ଚାଷୀ ମାନଙ୍କର ଗୋଟିଏ ଅଭିଯୋଗ ସରକାର କିଛି ଦେଲେ ସରକାରଙ୍କ ଠାରେ ଚିର ୠଣୀ ହେବୁ !ଢେଙ୍କାନାଳ ଜିଲ୍ଲା ରୁ ସୁଶାନ୍ତ ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ

Leave a Reply

Your email address will not be published. Required fields are marked *