Spread the love

ରଗୁଡ଼ିଆପଡ଼ାରୁ ଅହିରାଜ ଉଦ୍ଧାର, ସୁରକ୍ଷିତ ଭାବେ ଜଙ୍ଗଲରେ ଛଡ଼ାଗଲା

ବନ ବିଭାଗ, ଗଜମିତ୍ର ଓ ସର୍ପମିତ୍ରଙ୍କ ମିଳିତ ଉଦ୍ୟମରେ ସଫଳ ଅଭିଯାନ

ଅନୁଗୋଳ, ୩୦/୧୦: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳର ରଗୁଡ଼ିଆପଡ଼ା ଗ୍ରାମରୁ ଏକ ଅହିରାଜ (କିଙ୍ଗ୍ କୋବ୍ରା)କୁ ସଫଳତାର ସହ ଉଦ୍ଧାର କରାଯାଇଛି। ଗତ ୨୯ ଅକ୍ଟୋବର ରାତି ପ୍ରାୟ ୧୦ଟା ୩୦ ମିନିଟ୍‌ରେ ଏହି ଉଦ୍ଧାର ଅଭିଯାନ କରାଯାଇଥିଲା।

ସୂଚନା ଅନୁଯାୟୀ, ରଗୁଡ଼ିଆପଡ଼ା ଗ୍ରାମରେ ଅହିରାଜ ସାପ ଥିବା ଖବର ପାଇବା ପରେ ବନ ବିଭାଗର କର୍ମଚାରୀ, ବନରକ୍ଷୀ, ହାତୀ ସ୍କ୍ୱାଡ୍, ଗଜମିତ୍ର ଏବଂ ସର୍ପମିତ୍ରଙ୍କ ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଦଳର ସତର୍କତା ଓ ସମନ୍ୱିତ ପ୍ରୟାସ ଯୋଗୁଁ ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ଉଦ୍ଧାର ପରେ ମୋବାଇଲ୍ ଭେଟେରିନାରୀ ୟୁନିଟ୍‌ (ଏମ୍‌ଭିୟୁ)ର ଡାକ୍ତର ସାପଟିର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ପରୀକ୍ଷା ପରେ ଅହିରାଜକୁ ତାହାର ପ୍ରାକୃତିକ ଆବାସସ୍ଥଳୀରେ ସୁରକ୍ଷିତ ଭାବେ ଛାଡ଼ି ଦିଆଯାଇଥିଲା।

ବନ୍ୟପ୍ରାଣୀ ସୁରକ୍ଷା ସହିତ ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ସଂଘର୍ଷ ହ୍ରାସ କରିବା କ୍ଷେତ୍ରରେ ବନ ବିଭାଗ, ଗଜମିତ୍ର ଓ ସର୍ପମିତ୍ରଙ୍କ ଏଭଳି ପଦକ୍ଷେପ ଗୁରୁତ୍ୱ ବହନ କରୁଛି। ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ପ୍ରାକୃତିକ ପରିବେଶର ସଂରକ୍ଷଣ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ।

Leave a Reply

Your email address will not be published. Required fields are marked *