Spread the love

ଢେଙ୍କାନାଳ: ରତନ ବଜାର ମହା ଲକ୍ଷ୍ମୀପୂଜା ପ୍ରତିଷ୍ଠାନ ପକ୍ଷରୁ ଆଜି ପୂଜାର ନବମ ଦିବସର ଗୁରୁବାର ରେ ମା ଙ୍କ ମହା ପୂଜା ଅନୁଷ୍ଠିତ ହୋଇଥିଲା।ସନ୍ଧ୍ୟା ଆଳତୀ ସମୟରେ ୫୬ ଭୋଗ,ବଡ ଭୋଗ ସହ ୧୦୮ ଦୀପ ଦାନ। ଏ ବର୍ଷ ପହଞ୍ଚି ୪୦ ବର୍ଷରେ ପୂଜା ।ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ମଣ୍ଡପ ରେ ୧୧ ଦିନ ଧରି ଚାଲିବ ମାଙ୍କ ପୂଜା। ସକାଳୁ ମଙ୍ଗଳ ଆଳତୀ, ସୂର୍ଯ୍ୟ ପୂଜା, ପ୍ରତେକ ଦିନ ସକାଳୁ କଳସ ପୂଜା, ମଣ୍ଡଳ ପୂଜା,ଶୋଳଷ ପୂଜା ସହ ଯଜ୍ଞ୍ୟ ଅନୁଷ୍ଠିତ ହେବ। ବିଭିନ୍ନ ପ୍ରକାରର ଭୋଗ ଓ ସତର ତାରିଖ ଠାରୁ ଛବିଶି ତାରିଖ ପର୍ଯ୍ୟନ୍ତ ଅନ୍ନ ଧୂପ, ସଂଧ୍ୟା ବେଳେ ଆଳତୀ, ରାତ୍ର ଧୂପ ପରେ ମଣ୍ଡପ ରେ ପହଡ଼ ପଡ଼ିବ। କର୍ତ୍ତା ସନ୍ତୋଷ ଅଗ୍ରୱାଲ,ପୂଜକ ପଣ୍ତିତ କୀର୍ତ୍ତିବନ୍ତ ପଣ୍ଡା ସଭାପତି କୃଷ୍ଣ ଚନ୍ଦ୍ର ମହାନ୍ତି, ଓ ପ୍ରତିଷ୍ଠାନ ର ସମସ୍ତ କର୍ମକର୍ତାଙ୍କ ଉପସ୍ଥିତି ରେ ମା ଙ୍କ ପୂଜା ଆରମ୍ଭ ହୋଇଯାଇଅଛି।

Leave a Reply

Your email address will not be published. Required fields are marked *