ରମଣୀ ରଞ୍ଜନ ଦାସଙ୍କ ଦ୍ବାଦଶାହ ଶ୍ରଦ୍ଧାଞ୍ଜଳି ସଭା
ଢେଙ୍କାନାଳ, ୫/୧୧: ଢେଙ୍କାନାଳ ସହର ମୀନାବଜାରସ୍ଥିତ କ୍ଲବ୍ ଘର ଠାରେ ପ୍ରଦୀପ ଭଞ୍ଜ ସ୍ମୃତି ସଂସଦ ଓ ଫାଇଭ୍ ଷ୍ଟାର କ୍ରିକେଟ୍ କ୍ଲବ୍ର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ରମଣୀ ରଞ୍ଜନ ଦାସଙ୍କ ଦ୍ବାଦଶ ଶ୍ରଦ୍ଧାଞ୍ଜଳି ସଭା ପାଳନ କରିଛନ୍ତି । ତାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ପ୍ରଥମେ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଧୂପ ଦାନ କରି ୨ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । କ୍ଲବ୍ର ପ୍ରଶାନ୍ତ କୁମାର ଭଞ୍ଜ, ସଞ୍ଜିବ ମଲ୍ଲିକ, ରବିନ୍ଦ୍ର ପଟ୍ଟନାୟକ, ସନ୍ତୋଷ ମହାପାତ୍ର, ସୁରେଶ ବାରିକ୍, ରାଜା ଖାନ୍, ରଞ୍ଜନ ବେହେରା, କୁଲୁ ପାତ୍ର, ହେମନ୍ତ ଖଟୁଆ, କୁନା ଧଳ ପିତବାସ ସାହୁଙ୍କ ସମେତ କ୍ଲବ୍ର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ତାଙ୍କର ଆତ୍ମାର ସଦ୍ଗତି କାମନା କରିବା ସହିତ ତାଙ୍କ ପରିବାର ବର୍ଗଙ୍କୁ ଶ୍ରୀ ଜଗନ୍ନାଥ ସହାୟ ହୁଅନ୍ତୁ ବୋଲି ପ୍ରାର୍ଥନା କରିଥିଲେ । ସର୍ଗତ ଦାସ ଜଣେ କ୍ରିକେଟ୍ ଖେଳାଳୀ ତଥା ଜଣେ ଭଲ ବୋଲର ଭାବେ ବହୁ ମ୍ୟାଚ୍ ଜିତାଇଛନ୍ତି ।
