Spread the love

ରସୁଲଗଡ଼ରେ ମେଘା ସପିଙ୍ଗ ବଜାରର ଉଦଘଟିତ

ଭୁବନେଶ୍ୱର, ୦୩/୧୨,ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱର ରସୁଲଗଡ ଦୁର୍ଗାପୂଜା ପଡିଆରେ ସୋମବାର ସନ୍ଧ୍ୟାରେ ଅତିଥି ମାନଙ୍କ ଉପସ୍ଥିତିରେ ମେଘା ସପିଙ୍ଗ ବଜାରର ଶୁଭ ଉଦଘାଟନ ହୋଇଛି। ଏଠାରେ ପ୍ରାରସୁଲଗଡ଼ରେ ମେଘା ସପିଙ୍ଗ ବଜାରର ଉଦଘଟିତ ୟ ଶହେଟି ଷ୍ଟଲ ରହିଛି ଏବଂ ଷ୍ଟଲ ମାନଙ୍କରେ ସମସ୍ତ ପ୍ରକାର ଘର କରଣା ସାମଗ୍ରୀ ସାଙ୍ଗକୁ ଶୀତବସ୍ତ୍ର, ଗୁଜୁରାଟ ଶାଢ଼ୀ, ଉତ୍ତରପ୍ରଦେଶ ହ୍ୟାଣ୍ଡଲୁମ ବସ୍ତ୍ର, ସ୍ୱୟଂ ସହାୟକ ମାଆ ମାନଙ୍କ ଦ୍ୱାରା ପ୍ରସ୍ତୁତ ବଡି, ଆଚାର, ପାମ୍ପଡ଼, ପିଲା ମାନଙ୍କ ବିଭିନ୍ନ ଖେଳନା ସାଙ୍ଗକୁ ବିଭିନ୍ନ ପ୍ରକାରର ଖାଦ୍ୟ ମିଳୁଛି।ଏମଡି ସାବୀର ଓରଫ ମୁନା ଭାଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ଏହି ସପିଙ୍ଗ ବଜାରର ଉଦଘାଟନ ଉତ୍ସବରେ ରସୁଲଗଡ଼ ଦୁର୍ଗାପୂଜା କମିଟିର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ନିରଞ୍ଜନ ରାଉତରାୟ, ଉପଦେଷ୍ଟା ଜାପାନ କୁମାର ରାଉତରାୟ, ଉପଦେଷ୍ଟା ରବୀନ୍ଦ୍ର କୁମାର ଜଗଦେବ, ସଭାପତି ପ୍ରକାଶ ରାଉତରାୟ ଏବଂ ସାଧାରଣ ସମ୍ପାଦକ ତଥା ପୂର୍ବତନ କର୍ପୋରେଟର ସଞ୍ଜୟ ବଳିୟାରସିଂ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଥିଲେ।ଡିସେମ୍ବର ୦୨ ଆରମ୍ଭ ହୋଇଥିବା ଏହି ବଜାର ଜାନୁୟାରୀ ୧ ପର୍ଯ୍ୟନ୍ତ ଚାଲିବ।କୋଲକାତାର ପ୍ରସିଦ୍ଧ ଟାଟୁ ଏବଂ ଅଜୟ ରାୟଙ୍କ ମ୍ୟାଜିକ ସାମଗ୍ରୀ ଯୁବକ ପିଢ଼ିଙ୍କ ଆକର୍ଷଣ ପାଲଟିବ।

Leave a Reply

Your email address will not be published. Required fields are marked *