Spread the love

ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ତହସିଲ ଅନ୍ତର୍ଗତ ମହୁଲଡିହା ମୌଜାରେ ଭାରତ ସରକାରଙ୍କ ଡାକ ବିଭାଗ ସପକ୍ଷରେ ରାଇରଙ୍ଗପୁର ଡିଭିଜନର ଡାକ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଗୃହ ନିର୍ମାଣ ସହିତ ଏକ ଆଧାର କେନ୍ଦ୍ର ଏବଂ ରାଇରଙ୍ଗପୁର ପୌରାଞ୍ଚଳରେ ଏକ ପୋଷ୍ଟ ଅଫିସ୍ ପାସପୋର୍ଟ ସେବା କେନ୍ଦ୍ର ସ୍ଥାପନ ନିମନ୍ତେ ୦.୫୦ ଏକର ସରକାରୀ ଜମି ବିନା ମୂଲ୍ୟରେ (ସମସ୍ତ ଶୁଳ୍କ ଛାଡ଼ କରି) ହସ୍ତାନ୍ତର କରିବା ସହ ଏହାର ପ୍ରିମିୟମ, ଜମି ରାଜସ୍ୱର କ୍ୟାପିଟାଲାଇଜ୍ଡ଼ ଭାଲ୍ୟୁ (Capitalized value of land revenue) ଏବଂ ଆନୁଷଙ୍ଗିକ ଦେୟ ଛାଡ଼ କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆଗତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛନ୍ତି।

କ୍ୟାବିନେଟ୍‌ଙ୍କ ଅନୁମୋଦନ କ୍ରମେ ପ୍ରିମିୟମ, ଜମି ରାଜସ୍ୱର କ୍ୟାପିଟାଲାଇଜ୍ଡ଼ ଭାଲ୍ୟୁ ଏବଂ ଆନୁଷଙ୍ଗିକ ଦେୟ ବାବଦରେ ମୋଟ ୩,୫୬,୧୬,୧୦୦/- ଟଙ୍କା (ତିନି କୋଟି ଛପନ ଲକ୍ଷ ଷୋହଳ ହଜାର ଏକ ଶହ ଟଙ୍କା) ଛାଡ଼ କରାଯିବ ଏବଂ ଉକ୍ତ ଜମିକୁ ସମସ୍ତ ପ୍ରକାର ଦେୟରୁ ମୁକ୍ତ କରି ଭାରତ ସରକାରଙ୍କ ଡାକ ବିଭାଗକୁ ହସ୍ତାନ୍ତର କରାଯିବ। ବୃହତ୍ତର ଜନସ୍ୱାର୍ଥ ତଥା ରାଇରଙ୍ଗପୁର ଡିଭିଜନରେ ଡାକ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ରାଇରଙ୍ଗପୁର ସମେତ ଆଖପାଖ ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳର ବାସିନ୍ଦାମାନଙ୍କୁ ନାଗରିକକେନ୍ଦ୍ରିକ ସେବା ପ୍ରଦାନ ବ୍ୟବସ୍ଥାରେ ଉନ୍ନତି ଆଣିବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *