Spread the love

ରାକ୍ଷୀ ପୂର୍ଣ୍ଣିମାରେ ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା

ଜିଲ୍ଲାରୁ ଆସିଥିବା ନୂଆ ହିତାଧିକାରୀଙ୍କୁ ମିଳିବ ସୁଯୋଗ

ଭୁବନେଶ୍ୱର: ରାକ୍ଷୀ ପୂର୍ଣ୍ଣିମା ଅବସରରେ ଓଡ଼ିଶାର ମହିଳାମାନଙ୍କ ପାଇଁ ଆସିଛି ଖୁସି ଖବର। ରାକ୍ଷୀ ପୂର୍ଣ୍ଣିମାରେ ମହିଳା ହିତାଧିକାରୀଙ୍କ ଖାତାକୁ ଆସିବ ‘ସୁଭଦ୍ରା’ ଯୋଜନାର ଟଙ୍କା।

ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତାଙ୍କ ସୂଚନା ଅନୁଯାୟୀ, **ଜୁଲାଇ ୨୫ ତାରିଖ ପରେ ଜିଲ୍ଲାସ୍ତରରୁ ଯେଉଁ ନୂଆ ହିତାଧିକାରୀଙ୍କ ନାମ ଆସିଥିବ, ସେମାନଙ୍କୁ ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ଅର୍ଥରାଶି ପ୍ରଦାନ କରାଯିବ।

ଏହା ଫଳରେ ନୂଆ ଭାବେ ସୁଭଦ୍ରା ଯୋଜନାରେ ସାମିଲ ହୋଇଥିବା ମହିଳାମାନେ ଉପକୃତ ହେବେ। ରାକ୍ଷୀ ପୂର୍ଣ୍ଣିମାରେ ମହିଳାଙ୍କୁ ସରକାରଙ୍କ ଏହି ଆର୍ଥିକ ସହାୟତା ମିଳିବାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।

ସୂଚନା: ଜୁଲାଇ ୨୫ ପରେ ଜିଲ୍ଲାରୁ ଆସିଥିବା ନାମଗୁଡ଼ିକ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଟଙ୍କା ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *