Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ରାଜଧାନୀରେ ୫ଟି ସଚିବଙ୍କ ବିଦ୍ୟାଳୟ ପରିଦର୍ଶନ

 

ଜେ ବି ଏନ୍ ( ୦୧/୧୭/୨୦୨୧) (ରିପୋର୍ଟ ସୁବ୍ରତ ସାମଲ), ଭୁବନେଶ୍ୱର : ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ ପାଣ୍ଡିଆନ ରାଜଧାନୀ ଭୁବନେଶ୍ୱରସ୍ଥିତ ଅନେକ ବିଦ୍ୟାଳୟର ପରିଦର୍ଶନ କରିଛନ୍ତି। ରାଜଧାନୀର ବିଦ୍ୟାଳୟ ଯଥା ୟୁନିଟ ୬, ୟୁନିଟ ୧, କ୍ୟାପିଟାଲ ହାଇସ୍କୁଲ, ବିଡିଏ ସ୍ଥିତ ୟୁନିଟ ୯ ବାଳିକା ଓ ଆଇଆରସି ଭିଲେଜ ହାଇସ୍କୁଲକୁ ଗସ୍ତ କରିଛନ୍ତି। ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ସହ ସ୍କୁଲ ସମସ୍ୟା ବିଷୟରେ ଆଲୋଚନା କରିବା ସହ ହାଇସ୍କୁଲରେ ଥିବା ସାଇନ୍ସ ଲାବ ( ବିଜ୍ଞାନ ପରୀକ୍ଷାଗାର), ସ୍ମାର୍ଟ ଶ୍ରେଣୀଗୃହ (କ୍ଲାସରୁମ) , ଲାଇବେରୀ, ଖେଳର ସୁବିଧା ସହ ଦଶମରେ ଏୱାନ(A1 ) ଗ୍ରେଡ ପରୀକ୍ଷାଫଳ ନେଇ ସଟି ସଚିବ ଭି.କେ ପାଣ୍ଡିଆନ ସ୍କୁଲ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଏହାସହ ବିଦ୍ୟାଳୟରେ ମୋ ସ୍କୁଲ କାର୍ଯ୍ୟକ୍ରମ କିଭଳି ଚାଲିଛି ଏବଂ ଏହାର ପ୍ରଭାବ କିଭଳି ସେନେଇ ମଧ୍ୟ ଆଲୋଚନା କରିଛନ୍ତି।

ବିଦ୍ୟାଳୟରେ କିଭଳି ସାମଗ୍ରୀ ଆଦିରେ ସୁଧାର ଅଣାଯିବ, ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଗ୍ରହଣ ପାଇଁ ଅନୁକୁଳ, ବୈଜ୍ଞାନିକ ଶୈଳୀରେ ଶିକ୍ଷା ପ୍ରଦାନ ଆଦି ଉପରେ ୫ଟି ସଚିବ ଦୃଷ୍ଟି ଆକର୍ଷଣ କରିଛନ୍ତି।