Spread the love

ରାଜ୍ୟପାଳ ଡ. ହରିବାବୁ କୁମ୍ଭମପାଟିଙ୍କୁ ଭାବପୂର୍ଣ୍ଣ ବିଦାୟ: ରାଜ୍ୟ ଅତିଥି ଭବନରେ ରାତ୍ରଭୋଜନ କାର୍ଯ୍ୟକ୍ରମ ଆୟୋଜିତ
​ଭୁବନେଶ୍ୱର, ୧୪ ଅକ୍ଟୋବର: ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କୁମ୍ଭମପାଟିଙ୍କ ସମ୍ମାନାର୍ଥେ ରାଜ୍ୟ ଅତିଥି ଭବନ ପରିସରରେ ଏକ ବିଦାୟକାଳୀନ ରାତ୍ରଭୋଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ମାନ୍ୟବର ରାଜ୍ୟପାଳଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ ସ୍ମାରକୀ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଓଡ଼ିଶାର ବିକାଶ ଓ ପ୍ରଶାସନିକ କାର୍ଯ୍ୟଧାରାକୁ ସୁଦୃଢ଼ କରିବାରେ ତାଙ୍କର ମାର୍ଗଦର୍ଶନ ଅତ୍ୟନ୍ତ ପ୍ରଶଂସନୀୟ ଥିଲା ବୋଲି ମତପ୍ରକାଶ ପାଇଛି।

​ଏହି ସ୍ୱତନ୍ତ୍ର ସନ୍ଧ୍ୟାରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ୍ ଟଣ୍ଡନଙ୍କ ସମେତ ରାଜ୍ୟ ମନ୍ତ୍ରୀମଣ୍ଡଳର ବରିଷ୍ଠ ସଦସ୍ୟ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ରାଜ୍ୟପାଳଙ୍କ ସହ ଆଲୋଚନାରେ ଭାଗ ନେବା ସହ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ କାମନା କରିଥିଲେ।

Leave a Reply

Your email address will not be published. Required fields are marked *