Spread the love

ଭୁବନେଶ୍ୱର: ସେମିକଣ୍ଡକଟର ପରେ ଏଆଇ (AI) କୁ ଗୁରୁତ୍ବ । ମୋହନ ସରକାରଙ୍କ ଫୋକସରେ ଆର୍ଟିଫିସିଆଲ ଇଣ୍ଟେଲିଜେନସ । ପ୍ରଶାସନିକ ଦକ୍ଷତାକୁ ସୁଦୃଢ଼ କରିବା ଏବଂ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ଓଡ଼ିଶା ସରକାର ସମସ୍ତ ବିଭାଗକୁ ଏଆଇ ଉପକରଣ କିଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ରାଜ୍ୟ ପ୍ରଶାସନର ହେବ ଆଧୁନିକୀକରଣ।

ପ୍ରଶାସନିକ ଦକ୍ଷତା ବୃଦ୍ଧି ପାଇଁ ରାଜ୍ୟ ସରକାର କିଣିବେ ଆର୍ଟିଫିସିଆଲ ଇଣ୍ଟେଲିଜେନସ ଉପକରଣ। ଏନେଇ ସମସ୍ତ ବିଭାଗକୁ ଚିଠି ଲେଖିଛନ୍ତି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର।ସାଧାରଣ ପ୍ରଶାସନକୁ ଅତ୍ୟାଧୁନିକରଣ କରିବାକୁ ଏଆଇର ବ୍ୟବହାର ପ୍ରଶାସନିକ ସୁଧାର, ସୁଶାସନ ନେଇ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ସରକାରୀ କାର୍ଯ୍ୟର ଦୈନନ୍ଦିନ ପରିଚାଳନାରେ ନୂଆ ପ୍ରଶାସନିକ ଚ୍ଯାଲେଞ୍ଜକୁ ସମାଧାନ କରିବାରେ AIର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ। ଏଆଇ ର ବ୍ୟବହାର ଦ୍ବାରା କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ହେବା ସହ ପ୍ରଶାସନିକ କାର୍ଯ୍ୟ ତ୍ବରାନ୍ବିତ ହେବ।Alର ବ୍ୟବହାର ଦ୍ବାର କାର୍ଯ୍ୟପ୍ରଣାଳୀ ସୁଗମ, ତଥ୍ୟଚାଳିତ ନିଷ୍ପତ୍ତି ଗ୍ରହଣକୁ ବୃଦ୍ଧି କରିବ। ଫଳରେ ଜନସାଧାରଣଙ୍କୁ କମ ସମୟ ମଧ୍ୟରେ ଉକୃଷ୍ଟ ସେବା ଯୋଗାଇ ଦିଆଯାଇପାରିବ । ଏହାକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗକୁ ଗୋଟିଏ ଲେଖାଏଁ AI ଉପକରଣ କ୍ରୟ କରିବାକୁ ଚିଠି ଲେଖାଯାଇଛି ।ତେବେ ଡାଟା ସିକ୍ୟୁରିଟିକୁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ତେବେ AIର ବ୍ୟବହାର ଦ୍ବାରା କୌଣସି ବାହ୍ୟ ପ୍ଲାଟଫର୍ମରେ କୌଣସି ଗୁପ୍ତ କିମ୍ବା ଗୋପନୀୟ ଡକ୍ୟୁମେଣ୍ଟ ଅପଲୋଡ୍ କରାଯିବ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ରହିଛି । ଏହି ଚିଠି ସମସ୍ତ ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ସଚିବ ମାନଙ୍କୁ ଲେଖାଯାଇଛି ।

Leave a Reply

Your email address will not be published. Required fields are marked *