Spread the love

ରାତି ଅଧିଆ ଚୋରୀ ହେଉଛି ବାଲି ମାଟି।ଆଉ ଅଭିଯୋଗ ହେଲେ ବି କାର୍ଯ୍ୟାନୁଷ୍ଠାନ ଶୂନ? ବାଲି ମାଫିଆଙ୍କ ରାଜରେ କାହାର ହାତ ? ବରବାଦ ହେଉଛି ସରକାରଙ୍କ ରାଜସ୍ଵ ସମ୍ପତ୍ତି ? ପ୍ରଶାସନର ନିଦ ଭାଙ୍ଗିବ କେବେ ?
ବରଗଡ:୧୬/୧୦(ପବିତ୍ର ମେହେର) ହଁ ଆଜ୍ଞା ଆମେ କହୁଛୁ ଓଡିଶାର ଭାତହାଣ୍ଡି ଭାବରେ ପରିଚିତ ବରଗଡ ଜିଲ୍ଲା ଅତାବିରା ଅଞ୍ଚଳ କଥା। ଅତାବିରା ବ୍ଲକର ଟୋପ ଗ୍ରାମ ପଂଚାୟତଠୁ ଜାଙ୍ଗେଡ଼ ଗ୍ରାମ ପଂଚାୟତକୁ ସଂଯୋଗ କରୁଥିବା ପିଠାପୋଟଲ ବିଜୁସେତୁ ସମ୍ପର୍କରେ ଟୋପ ଗ୍ରାମର ଜଗତ ରାମ ଭୁଏ ତା:୨୨/୦୯/୨୦୨୫ ଦିନ ଅତାବିରା ତହସିଲରେ ଏକ ଅଭିଯୋଗ ପତ୍ର ଦେଇ ଥିଲେ ହେଁ ଦୀର୍ଘ ମାସେ ନ ପୁରୁଣୁ ପୁଣି ଜେସିବି ଧରି ଟ୍ରାକଟର ସହ ରାତି ଅଧିଆ ବାଲି ଚୋରୀ,ହେଲେ ଅଭିଯୋଗ କାରୀ କହନ୍ତି ସରକାରଙ୍କ ରାଜସ୍ୱ ଉପରେ ଯାହା ନେବା କଥା ନିଅନ୍ତୁ ମୋ ଜମି ଉପରେ ନେବା ପାଇଁ ମନା ।

କିନ୍ତୁ ତଥାପି ଚାଲିଛି ବାଲି ମାଫିଆଙ୍କ ଦଲାଲ ରାଜ।ଏ ସମ୍ପର୍କରେ ଅତାବିରା ତହସିଲଦାର କେ ରିଚି କୁମାରଙ୍କୁ ପଚାରିବାରୁ ସେ କହନ୍ତି ଆମ ନିକଟକୁ ଅଭିଯୋଗ ପତ୍ର ଆସିଛି ଏବଂ ତା ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦୃଢ଼ ତା ସହ କହନ୍ତି ଅତାବିରା ତହସିଲଦାର। ତେବେ ଦେଖାଯାଉ ଲୋକଙ୍କ ହିତ ପାଇଁ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହାଯେ ଦେଖିବାର କଥା..ଯଦି ପ୍ରଶାସନ ଏ ଦିଗରେ କିଛି ପଦକ୍ଷେପ ନ ନିଅନ୍ତି ତେବେ ସରକାରଙ୍କ ରାଜସ୍ବ ସମ୍ପତ୍ତି ଦଲାଲଙ୍କ କବଜାରେ ଆଉ ଲୋକଙ୍କ ସରକାର ବଦନାମ ହେବା ନିଶ୍ଚିତ।

Leave a Reply

Your email address will not be published. Required fields are marked *