Spread the love

ଶ୍ରୀ ଶ୍ରୀ କପାଲେଶ୍ୱର ରାମଲୀଳା ପୂଜା କମିଟି ର ସମ୍ପାଦକ ସ୍ବର୍ଗତ ତୋଫାନି ନାୟକ ଙ୍କ ଉପଲକ୍ଷେ ଚୌଦ୍ଵାର ବ୍ରାହ୍ମଣ ସାହି ରାମଲୀଳା ସମିତି ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସ୍ବର୍ଗତ ତୋଫାନି ନାୟକ ଚୌଦ୍ଵାର ଅଞ୍ଚଳର ଜଣେ ସମାଜସେବୀ ଏବଂ ପରୋପକାରୀ ଶାନ୍ତ ସ୍ଵଭାବ ପରୋପକାରୀ ଓ ନିଜ ଜନ୍ମମାଟି ମହାଜନ ସାହି ର ମେଢ଼ ସଭାପତି ଥିଲେ। ସେ ବହୁ ଧର୍ମାନୁଷ୍ଠାନରେ ଜଡିତ ଥିବା ସହ ଚୌଦ୍ଵାର ରୂପ ଯାତ୍ରା କମିଟି ସଦସ୍ୟ, ଚୌଦ୍ଵାର ସାଇ ବାବା ମନ୍ଦିର କମିଟି ର ସଭାପତି ଭାବେ ପରିଚିତ ଥିଲେ। ସେ ସକାଳୁ ବଜାରକୁ ବୁଲିଯାଇଥିବା ବେଳେ ଛାତିରେ ହଠାତ୍ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ତୁରନ୍ତ ମେଡ଼ିକାଲ କୁ ନିଆଯାଇଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ଆତ୍ମାର ସଦଗତି କାମନା ପାଇଁ ଚୌଦ୍ଵାର ରାମଲୀଳା ସମିତି ପକ୍ଷରୁ ଭଗବତ ଆଲୋଚନା, ଭଜନ ସମାଗମ ସମୂହ ଶ୍ରଦ୍ଧାଞ୍ଜଳି ଆଦି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା । ସେଠାରେ ଉପସ୍ଥିତ ସମସ୍ତ ସଦସ୍ୟ ସ୍ବର୍ଗତ ତୋଫାନି ନାୟକ ଙ୍କ ଫଟୋ ଚିତ୍ର ରେ ପ୍ରଦୀପ୍ତ ପ୍ରଯ୍ୟଳନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ୪ ନମ୍ବର ୱାର୍ଡର ପାରିଷଦ ଅଜୟ ବେହେରା, ଓଡ଼ିଶା ର ଗୌରବ ପଦ୍ମଶ୍ରୀ ଉତ୍ସବ ଚରଣ ଦାସ, ବିଜୟ କୁମାର ମହାନ୍ତି, ବିଶିଷ୍ଟ ସମାଜସେବୀ ବୈକୁଣ୍ଠ ନାଥ ପୃଷ୍ଟି, ସନାତନ ସ୍ବାଇଁ, କାମଦେବ ପ୍ରଧାନ, କୁବେର ସାହୁ, ବିକ୍ରମ ସ୍ବାଇଁ, ବନବିହାରୀ ସ୍ୱାଇଁ, ନିରଞ୍ଜନ ନାୟକ, ଶରତ ଚନ୍ଦ୍ର ବେହେରା, ହେମନ୍ତ ସାହୁ, ଧର୍ମାନନ୍ଦ ପଣ୍ଡା, କେଶବ ଚନ୍ଦ୍ର ସାହୁ, ବିଜୟାନନ୍ଦ ସାହୁ, ସମିତି ସଭାପତି ନରେଶ କୁମାର ସାହୁ ଙ୍କ ସହ ସ୍ଥାନୀୟ ଜନ ସାଧାରଣ ଓ ବୁଦ୍ଧିଜୀବୀ ବହୁ ସଂଖ୍ୟା ରେ ଯୋଗଦେଇ ସ୍ବର୍ଗତ ତୋଫାନି ନାୟକ ଙ୍କ ଆତ୍ମାର ସଦଗତି କାମନା କରିଥିଲେ।

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତି ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ୍।

Leave a Reply

Your email address will not be published. Required fields are marked *