Spread the love

ରାମସାର ସ୍ଥଳରେ ଆର୍ଦ୍ରଭୂମି ସଂରକ୍ଷଣ ସଚେତନତା


ବରଗଡ:୧୨/୨(ପବିତ୍ର ମେହେର) ପ୍ରାକୃତିକ ସନ୍ତୁଳନ ରକ୍ଷା ନିମନ୍ତେ ଆର୍ଦ୍ରଭୂମି ସଂରକ୍ଷଣର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ଏହି ମର୍ମରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଏକମାତ୍ର ରାମସାର ସ୍ଥଳ ଭାବରେ ମାନ୍ୟତା ପାଇଥିବା ହୀରାକୁଦ ଜଳ ଭଣ୍ଡାରକୁ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ଶୈକ୍ଷିକ ପରିଭ୍ରମଣରେ ଆସି ଅମ୍ବାଭୋନା ଓ ଭଟଲି ବ୍ଲକର ଶିକ୍ଷାର୍ଥୀ ଓ ମାର୍ଗଦର୍ଶକ ଶିକ୍ଷକ ଶିକ୍ଷୟିତ୍ରୀ ଆର୍ଦ୍ରଭୂମି ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି କରିଥିଲେ। ଏହି ଅଭିଯାନରେ ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ତଥା ଇକୋ କ୍ଲବ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀଙ୍କ ସଂଯାଜନା କ୍ରମେ ସ୍ୱତନ୍ତ୍ର ଅତିଥି ଭାବରେ ଏଡିଇଓ ସରୋଜ କୁମାର ଭୁଏ,ଏଡିଇଓ ଅମୃତା ସାହୁ,ବରିଷ୍ଠ ବ୍ଲକ ଶିକ୍ଷା ଅଧିକାରୀ ଡଃ ସୁରେନ୍ଦ୍ର କୁମାର ସାହୁ,ପେଡ଼ାଗୋଜି ସଂଯୋଜିକା ପୁଷ୍ପାଞ୍ଜଳି ଦାସ ଓ ପିଏମ୍ ଶ୍ରୀ ବାଳିକା ହାଇସ୍କୁଲ ବରଗଡ଼ର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତି ସୁନା ଯୋଗ ଦେଇଥିଲେ। ଅମ୍ବାଭୋନା ଓ ଭଟଲି ବ୍ଲକର 40 ଜଣ ଶିକ୍ଷାର୍ଥୀ ସହ ସେମାନଙ୍କ ମାର୍ଗ ଦର୍ଶକ ଶିକ୍ଷକ ଚୌଧୁରୀ ପାତ୍ର,କୋଦଣ୍ଡ ନାଏକ, ଶିକ୍ଷୟିତ୍ରୀ ସୌଦାମିନୀ ବାରିକ ଓ ସ୍ଵାତୀ ସାଗରିକା ତ୍ରିପାଠୀ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *