Spread the love

ରାମେଶ୍ବରପୁରରେ ଦ୍ଵିତୀୟ ଅଷ୍ଟପ୍ରହରୀ ନାମ ସଙ୍କିର୍ତନ ର ଉଦଯାପନୀ

ଢେଙ୍କାନାଳ, ୧୬/୨: ଢେଙ୍କାନାଳ ଟାଉନ ନିକଟସ୍ଥ ରାମେଶ୍ଵରପୁର ଠାରେ ଦ୍ଵିତୀୟ ଅଷ୍ଟ୍ରପ୍ରହରୀ ନାମ ସଂକିର୍ତନ ଉଦଯାପିତ ହୋଇଯାଇଛି । ପ୍ରଥମ ଦିନରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା।କୁଞ୍ଜରେ ଠାକୁରମାନଙ୍କୁ ୧ କ୍ଵିଣ୍ଟାଲ ରୂପାରେ ସଜା ଯାଇଛି । ରୂପା ମକୁଟ, ରୂପା ମୟୁର, ରୂପା ଛତା, ରୂପା ଡ୍ରେସ୍ ଡ୍ରେସ୍ ଓ ବିଭିନ୍ନ ପ୍ରକାର ରୂପା ସାମଗ୍ରୀ ସହ ଭୋଗ ଲାଗି କରାଯାଇଛି । ୧୫ ତାରିଖ ଶନିବାର ଦିନ ନାମ ନାମସଂକିର୍ତନ କରାଯାଇ ପ୍ରସାଦ ସେବନ କରାଯାଇଥିଲା। ସେହିପରି ୧୬ ତାରିଖ ଦିନ ବୈଠକ କିର୍ତନ ଓ ନଗର କିର୍ତନ ସହ ଦହିହାଣ୍ଡି ଭଙ୍ଗାଯାଇଥିଲା । ପୂଜକ ଜଗନ୍ନାଥ ତ୍ରିପାଠୀ ସମସ୍ତ ନୀତିକାନ୍ତିରେ ପୂଚାର୍ଜନା କରୁଛନ୍ତି । ସଭାପତି ବିଭାସ ଚନ୍ଦ୍ର ପୁହାଣ ଓ ସନ୍ତୋଷ ସାହୁଙ୍କ ତତ୍ବାବଧାନରେ ଏହି ପୂଜାକ୍ରମ ସୂଚାରୁ ପ୍ରତିପାଦନ ହେଉଥିବା ବେଳେ କର୍ମକର୍ତା ଜଗନ ସାହୁ, ସୁବ୍ରତ ବେହେରା, ଟୁଟୁ ସାହୁ, ବିଶ୍ବଜିତ ବେହେରା, ବିରବର ରାଉତ, ସୁବ୍ରତ ମହାଗୁଡ, ଦିପୁ, ଲିପୁ, ସରୋଜ ପ୍ରଧାନଙ୍କ ସମେତ ରାମେଶ୍ଵରପୁର ବାସୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ କରାଯାଇଛି ।

Leave a Reply

Your email address will not be published. Required fields are marked *