Spread the love

ରାଳଵସ୍ଥିତ ସଙ୍କଳ୍ପ ବିଦ୍ୟାଳୟ ପ୍ରାଙ୍ଗଣରେ “Leader in me” ଶୀର୍ଷକ ଏକ ପାଠ୍ୟକ୍ରମର ଉନ୍ମୋଚନ ହୋଇଯାଇଛି.

ବ୍ରହ୍ମପୁର.. ବ୍ରହ୍ମପୁର ରାଳବ ଠାରେ ଥିବା ସଙ୍କଳ୍ପ ସିନିୟର୍ ସେକେଣ୍ଡାରୀ ବିଦ୍ୟାଳୟଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା.ବ୍ରହ୍ମପୁର ଆଇଜରର ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ଗାଙ୍ଗୁଲି ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉକ୍ତ ପାଠ୍ୟକ୍ରମର ଆଧାରିତ ପୁସ୍ତକକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ
ପ୍ରସିଦ୍ଧ ଆମେରିକୀୟ ଲେଖକ “Stephen R Covey”ଙ୍କ ଦ୍ଵାରା ଲିଖିତ ସାତଟି ପ୍ରଭାବଶାଳୀ ଅଭ୍ୟାସକୁ ଛାତ୍ର ଛାତ୍ରୀମାନେ ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ଉପସ୍ଥାପନା କରିଥିଲେ । ଛାତ୍ରଛାତ୍ରୀଙ୍କୁ ଏହି ଅଭ୍ୟାସ ବିଷୟରେ ଅବଗତ କରାଇବା ପାଇଁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରତ୍ୟେକ ଅଭ୍ୟାସର ମହତ୍ତ୍ୱକୁ ବର୍ଣ୍ଣନା କରିଥିଲେ । ପ୍ରଖ୍ୟାତ ଶିକ୍ଷାବିତ୍ ତଥା ସମ୍ମାନନୀୟ ମୁଖ୍ୟ ଅତିଥି ପ୍ରଫେସର ଅଶୋକ କୁମାର ଗାଙ୍ଗୁଲି ଛାତ୍ର ଛାତ୍ରୀଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା ବୃଦ୍ଧି ଏବଂ ବ୍ୟକ୍ତିଗତ ଲକ୍ଷ୍ୟର ମହତ୍ଵ ଉପରେ ଗୁରୁତ୍ବ ଆରୋପ କରିଥିଲେ।ସେ କେତେକ ଛାତ୍ର ଛାତ୍ରୀଙ୍କୁ ମଞ୍ଚ ଉପରକୁ ନିମନ୍ତ୍ରଣ କରି ତାଙ୍କ ବ୍ୟକ୍ତିଗତ ଲକ୍ଷ୍ୟ ବିଷୟରେ ଏକ ଚିନ୍ତନକାରୀ ସଂଳାପ ଵ୍ୟକ୍ତ କରିଥିଲେ । ସେ ଛାତ୍ର ଛାତ୍ରୀଙ୍କୁ ନିରନ୍ତର ଶିକ୍ଷା ପ୍ରତି ଉତ୍ସାହିତ କରିବା ସହିତ ନେତୃତ୍ୱ ନେଵାର ଦକ୍ଷତାକୁ ବିକଶିତ କରିବାକୁ ଉପଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଡାଇରେଟର ସାର୍ଥକ, ପ୍ରିନସିପାଲ ପ୍ରଦୀପ କିଶୋର ପାଣିଗ୍ରାହୀ ଉପସ୍ଥିତ ଥିଲେ.କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ଫାଲଗୁନୀ ଦାସ ସୂଚାରୁରୂପେ ପରିଚାଳନା କରିଥିଲେ।

ବ୍ରହ୍ମପୁରରୁ ରୂପକ ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *