Spread the love

ରାସୋଳ କୁମାର କ୍ଲବ ର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

ହିନ୍ଦୋଳ :08/02/2026ଢେଙ୍କାନାଳ ଜିଲ୍ଲା ରାସୋଳ ଅଂଚଳର ବହୁ ପୁରାତନ ଏବଂ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ କୁମାର କ୍ଲବର ଆଜି ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକରେ କ୍ଲବର ଆୟ ବ୍ୟୟ ହିସାବ ହେବା ସହିତ, ଆଗାମୀ ଦିନରେ କ୍ଲବ ଆହୁରି ଲୋକାଭିମୁଖୀ କାର୍ଯ୍ୟକରି ସାଧାରଣ ଜନତାଙ୍କ ନିକଟତର ହେବବୋଲି ସଭାପତି ସଞ୍ଜୟ ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ସମ୍ପାଦକ ଲିଙ୍ଗରାଜ ସାହୁ ବିବରଣୀ ପାଠ କରିବା ସହିତ, ସମସ୍ତ ସଦସ୍ୟ ସାହାଯ୍ୟଏବଂ ସହଯୋଗର ହାତବଢ଼ାଇଲେ କ୍ଲବ ଆଗକୁ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ଜାରିରଖିବବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଆଜିର ବୈଠକରେ କ୍ଲବର ପୁରାତନ ସଦସ୍ୟ ବିଜୟ ମହାପାତ୍ର, ଗୌରାଙ୍ଗ ସାହୁ, ପୂର୍ବତନ ବିଧାୟକ ମହେଶ୍ୱର ନାଏକ, ପଠାଣି ନାୟକ, ରାମ ନାରାୟଣ ସର, ଚିତ୍ତରଞ୍ଜନ ଉପାଧ୍ୟାୟ, ଅବଦୁଲ ରଫିକ ଖାଁ, ସରୋଜ ସାହୁ, ପବିତ୍ର ସାହୁ, ଟଙ୍କଧର ସାହୁ, ବଳରାମ ସାହୁ, ମନୋରଞ୍ଜନ ନାଥ, ଦୀପକ ନାଥ, ସନାତନ ନାଥ, ସୁବ୍ରତ ମହାପାତ୍ର, ସୂର୍ଯ୍ୟକାନ୍ତ ନାୟକ, ରଶ୍ମି ରଞ୍ଜନ ସାହୁ, ଶତ୍ରୁଘ୍ନ ସାହୁ, ସୂର୍ଯ୍ୟକାନ୍ତ ନାଥ, ଅନିଲ ସାହୁ, ଅଜୟ ସାହୁ, ଅଜୟ ଧର, ଵାପିନ ସାହୁ, ବିଜୟ ସାହୁ, ନୀଳମାଧଵ ସାହୁ, ବିଘ୍ନେଶ୍ୱର ସାହୁ ଏବଂ ଅନେକ ବରିଷ୍ଠ ଓ କନିଷ୍ଠ ସଦସ୍ୟ ବହୁମାତ୍ରାରେ ଯୋଗଦାନକରି ଆଜିର ସଭାରେ ସହଯୋଗ କରିଥିବା ଦେଖିବାପାଇଁ ମିଳିଛି।

Leave a Reply

Your email address will not be published. Required fields are marked *