Spread the love

ରେକର୍ଡ ଜାଗାରେ ଯୋରଜବରଦସ୍ତ ମାଙ୍କଡା ପଥର ଓ ବାଲି ପକାଇବାକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

ଢେଙ୍କାନାଳ, ୧୬୧୨: ଢେଙ୍କାନାଳ ଟାଉନ୍‌ ମୀନାବଜାର ବାସୀନ୍ଦା ଶ୍ୟାମ ରଣାଙ୍କ ଧର୍ମପତ୍ନୀ ବାସନ୍ତୀ ରଣାଙ୍କ ନାମରେ ଗୋବିନ୍ଦପୁର ମୌଜାରେ ଥିବା ଖାତା ନଂ-୯୮୭/୨୪୮୭, ପ୍ଲଟ୍ ନଂ-୬୨୭ ଉପରେ ନିହଲପ୍ରସାଦ ଥାନା ଅନ୍ତର୍ଗତ ଦିଗାମ୍ବରପୁର ଗ୍ରାମର ମହେଶ୍ବର ବାରିକ୍ ଯୋର ଜବରଦସ୍ତ ମାଙ୍କଡା ପଥର ଓ ବାଲି ପକାଇ ରଖିଛନ୍ତି । ବହୁବାର ବାରଣ ସତ୍ତ୍ବେ ମାନୁ ନଥିବା ବେଳେ ଓଲଟା ବାସନ୍ତୀ ରଣାଙ୍କୁ ବିଭିନ୍ନ ପ୍ରକାର ଧମକ ଚମକ ଦେଇ ମାର୍ଧର କରିବା ପାଇଁ ଚେତାବନୀ ଦେଉଛନ୍ତି । ସେହି ଜାଗାରେ ଶ୍ରୀମତୀ ରଣା ଘର କରି ରହିବା ପାଇଁ ସ୍ଥିର କରିଥିବାବେଳେ ଏସବୁ ଅସୁବିଧା ଯୋଗୁଁ ସେ ଘର କରିପାରୁ ନାହାଁନ୍ତି ବୋଲି ଦର୍ଶାଇଛନ୍ତି । ଏହାର ସମାଧାନ ନିମନ୍ତେ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଏକ ଅଭିଯୋଗ ପତ୍ର ଦାଖଲ କରିବା ସହିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଗୋବିନ୍ଦପୁର ଫାଣ୍ଡି ଓ ତହସିଲ ଅଫିସ୍‌ରେ ମଧ୍ଯ ଅଭିଯୋଗ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *