Spread the love

ରେନ୍‌ମ୍ବୋ କ୍ଲବ ପକ୍ଷରୁ ୬୨ ୟୁନିଟ୍ ରକ୍ତ ସଂଗୃହୀତ

ତାଳଚେର, ୨୦/୦୫ ତାଳଚେର ହାଟତୋଟା ସ୍ଥିତ ରେନ୍‌ମ୍ବୋ କ୍ଲବ ପକ୍ଷରୁ ଆଜି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ତାଳଚେର ଉପଜିଲ୍ଳାପାଳ ସମୀର ଜେନା ଏଥିରେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜଳନ କରିବା ସହ ରକ୍ତାଦାତାମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ଉତ୍ସାହିତ କରିଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ଜେନା ଖରାଦିନରେ ରକ୍ତର ଆବଶ୍ୟକତା ଅଧିକ ରହୁଥିବାରୁ ଆଜିର ଯୁବପିଢ଼ୀମାନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମକୁ କର୍ମକର୍ତାମାନଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ । କ୍ଲବର ସଭାପତି ଶୈଳେନ୍ଦ୍ର ସିଂହଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇ ୬୨ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ତାଳଚେର ଉପଖଣ୍ଡ ଚିକିତ୍ସାଳୟର ଡ଼ାକ୍ତର ବିନୟ ପାଢ଼ୀ, ରାଜ କିଶୋର ପ୍ରଧାନ, କୁମୁଦ ସାହୁ, ଗୋପାଳ ବେହେରା ଚନ୍ଦ୍ରମଣି ନାଏକ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗୃହୀତ କରିଥିଲେ । ଜିଲ୍ଳା ରେଡ଼କ୍ରସ ସମିତି ମେମ୍ବର ସଦସ୍ୟ ବଳରାମ ପତି ଓ ସଂଘର ପରାମର୍ଶଦାତା ଡ଼ଃ ଦେବେନ୍ଦ୍ର ସିଂହ, ଉପସଭାପତି ଚିନ୍ମୟ ଲସ୍କର, କାର୍ଯ୍ୟକାରୀ ସଭାପତି ଯଶୋବନ୍ତ ରାଉତ, ସମ୍ପାଦକ ରଶ୍ମିତା ରଞ୍ଜନ ସ୍ୱାଇଁ, କୋଷାଧ୍ୟକ୍ଷ ପ୍ରଶାନ୍ତ ପରିଡ଼ା, କାଳୀଚରଣ ବାରିକ, ପ୍ରିୟଦର୍ଶନ ଧଳ, ମନୋଜ ଦାଶ, ରଞ୍ଜନ ନାଏକ, ସୁବ୍ରତ ପଣ୍ଡା, ସୁଶାନ୍ତ ମହାପାତ୍ର, ବିରେନ୍ ସାହୁ ଓ ଅନ୍ୟାନ୍ୟ କର୍ମକର୍ତା ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *