Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ରୋହିତଙ୍କ ପ୍ରଥମ ଇନିଂସରେ କଲେ ୧୬୧ ରନ୍‌ ସଂଗ୍ରହ

 

ରୋହିତ ଶର୍ମା, ଆଜିଙ୍କ୍ୟ ରାହାଣେ

 

ଜେ ବି ଏନ, ୧୩/୦୨ /୨୦୨୧, (ରିପୋର୍ଟ, ବ୍ୟୁରୋ ), ନୂଆଦିଲ୍ଲୀ/ଚେନ୍ନାଇ: ଇଂଲଣ୍ଡ ବିପକ୍ଷ ୨ୟ ଟେଷ୍ଟରେ ଫର୍ମକୁ ଫେରିଛନ୍ତି ଟିମ୍‌ ଇଣ୍ଡିଆ ଓପନର ରୋହିତ ଶର୍ମା। ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ରୋହିତ ଫର୍ମକୁ ଫେରିବା ସହ ଶତକ ହାସଲ କରି ଦଳର ସ୍ଥିତିକୁ ସୁଧାରିବାରେ ସଫଳ ହୋଇଛନ୍ତି। ୮୬ ରନ୍‌ରେ ୩ ଉଇକେଟ୍‌ ହରାଇ ଟିମ୍‌ ଇଣ୍ଡିଆ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବାବେଳେ ରୋହିତ ଶର୍ମା ଆଜିଙ୍କ୍ୟ ରାହାଣେଙ୍କ ସହିତ ମିଶି ୧୬୨ ରନ୍‌ର ଭାଗିଦାରୀ କରିଥିଲେ। ଦଳର ସ୍କୋର ୨୪୮ ରନ୍‌ ହୋଇଥିବାବେଳେ ସେ ଜ୍ୟାକ୍‌ ଲିଚ୍‌ଙ୍କ ଦ୍ବାରା ଆଉଟ୍‌ ହୋଇ ପ୍ୟାଭିଲିୟନ ଫେରିଥିଲେ।ପ୍ରଥମ ଇନିଂସରେ ରୋହିତ ୧୬୧ ରନ୍‌ ସଂଗ୍ରହ କରିଥିଲେ, ଯେଉଁଥିରେ ୧୮ ଚୌକା ଏବଂ ୨ ଛକା ସାମିଲ ଥିଲା। ରୋହିତଙ୍କ ସହିତ ରାହାଣେ ବି ଭଲ ପ୍ରଦର୍ଶନ କରିଥିଲେ। କିନ୍ତୁ ରୋହିତ ଆଉଟ ହେବା ପରେ ପରେ ରାହାଣେ ବେଶୀ ସମୟ ତିଷ୍ଠିପାରି ନ ଥିଲେ। ୨୪୯ ରନ୍ ହୋଇଥିବାବେଳେ ସେ ଇଂଲଣ୍ଡ ସ୍ପିନର ମୋଇନ୍‌ ଅଲ୍ଲୀଙ୍କ ଦ୍ବାରା ଆଉଟ୍‌ ହୋଇଯାଇଥିଲେ।