Spread the love

ଲୋକାର୍ପିତ ହେଲା ଶିଶୁ କିଶୋର ପତ୍ରିକା “ଆମ କୁନାକୁନି”ର ରଥ ବିଶେଷାଙ୍କ

ତାଳଚେର, ୦୬/୦୭ ପବିତ୍ର ବାହୁଡ଼ା ଯାତ୍ରା ପାଳନ ଅବସରରେ ତ୍ରୈମାସିକ ଶିଶୁ କିଶୋର ପତ୍ରିକା ‘ଆମ କୁନାକୁନି’ର ରଥ ବିଶେଷାଙ୍କ ଲୋକାର୍ପିତ ହୋଇଯାଇଛି । ତାଳଚେର ବ୍ଲକସ୍ଥିତ କଳମଛୁଇଁ ଗ୍ରାମରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କଳମଛୁଇଁ ରଥଯାତ୍ରାରେ ଛେରା ପହଁରା କରିଥିବା ବରିଷ୍ଠ ଶିକ୍ଷାବିତ୍ ଜଗନ୍ ମୋହନ ଗଡ଼ନାୟକ, କଳମଛୁଇଁ ସରପଞ୍ଚ ଅନୀଲ କୁମାର ପ୍ରଧାନ, କଳମଛୁଇଁ ଗ୍ରାମ୍ୟ କମିଟି ସମ୍ପାଦକ ଯୁଗଳ କିଶୋର ସାହୁ, ପୂର୍ବତନ ସରପଞ୍ଚ ଜୀବନ ସାହୁ, ପାଠାଗାରର ଉପଦେଷ୍ଟା ଶିକ୍ଷାବିତ୍ ଦିବାକର ପ୍ରଧାନ, ଶିକ୍ଷାବିତ୍ ଜୟଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ । ମା ହିଙ୍ଗୁଳା ପାଠାଗାର ଆନୁକୂଲ୍ୟରେ ପ୍ରକାଶିତ ତ୍ରୈମାସିକ ଶିଶୁ କିଶୋର ପତ୍ରିକା “ଆମ କୁନାକୁନି”ର ରଥ ବିଶେଷାଙ୍କକୁ ରଥାରୂଢ଼ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ଦଇତାପତିମାନେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ଅତିଥିମାନଙ୍କ କରକମଳରେ ପତ୍ରିକାଟି ଲୋକାର୍ପଣ କରାଯାଇଥିଲା । ଏହି ଲୋକାର୍ପଣ ଉତ୍ସବରେ ପତ୍ରିକାର ସଂପାଦକ ବିଭୂତି ଭୂଷଣ ସ୍ୱାଇଁ, କୋଷାଧ୍ୟକ୍ଷ ଦୟାନିଧି ସାହୁ ଉପସ୍ଥିତ ଥିଲେ । ଓଡ଼ିଶାର ବହୁ ଲବ୍ଧ ପ୍ରତିଷ୍ଠିତ ଶିଶୁ ସାହିତ୍ୟିକଙ୍କ ସହ ବହୁ ନୂଆ ଲେଖକ,ଲେଖିକାମାନଙ୍କ ଲେଖାରେ ସମୃଦ୍ଧ ଏହି ବିଶେଷାଙ୍କଟି ଶିଶୁ କିଶୋରମାନଙ୍କ ଦ୍ୱାରା ପୂର୍ବଭଳି ଆଦୃତ ଲାଭ କରିବ ବୋଲି ସଂପାଦକ ଶ୍ରୀ ସ୍ୱାଇଁ ଆଶା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *