Spread the love

ଶନିଶ୍ଚର ଦେବଙ୍କର ସପ୍ତମ ଜନ୍ମ ବାର୍ଷିକୀର ପୂର୍ଣ୍ଣାହୁତି

ଢେଙ୍କାନାଳ ରାଧାକୃଷ୍ଣ ବଜାରରେ ଥିବା ଶ୍ରୀ ଶ୍ରୀ ଶନିଶ୍ଚର ଦେବଙ୍କର ସପ୍ତମ ଜନ୍ମ ବାର୍ଷିକ ଉତ୍ସବର ପୂର୍ଣାହୁତି ଅନୁଷ୍ଠିତ ହୋଇଯାଇଛି । ଗତ ଅକ୍ଷୟତୃତୀୟା ଦିନ ସ୍ଥାନୀୟ ବଡଯୋରା ଠାରୁ ପୂଜା ଅର୍ଜନା କରାଯାଇ ୨୫ ରୁ ଉର୍ଦ୍ଧ କଳସ ଧରି ସହର ପରିକ୍ରମା କରି ମନ୍ଦିର ପ୍ରାଙ୍ଗଣକୁ ଅଣାଯାଇଥିଲା ଓ ପରେ ଅଧୀବାସ ପୂଜା, ମଣ୍ଡଳ ଆଦି ପୂଜା, ଅଗ୍ନି ସଂସ୍କାର କରାଯାଇଥିଲା । ଦ୍ୱିତୀୟ ଦିବସ ମେ ୧ ତାରିଖ ଗୁରୁବାର ଦିନ ମଙ୍ଗଳ ଆଳତି, ଗୁରୁ ପୂଜା, ଗୋ ପୂଜା, ସୂର୍ଯ୍ୟ ପୂଜା, ମଣ୍ଡଳ ଆଦି ପୂଜା ଓ ସାନ୍ଧ୍ୟ ସମୟରେ ହୋମ ଆଳତି ଅନୁଷ୍ଠିତ ହୋଇଥିଲା । ଅଦ୍ୟ ଶୁକ୍ରବାର ତୃତୀୟ ଦିବସରେ ଶନିଶ୍ଚରଙ୍କ ଯଜ୍ଞ, ପୂର୍ଣାହୂତି ଓ ପରେ ପ୍ରସାଦ ସେବନ କରାଯାଇଥିଲା । ପୂଜକ ରୁଦ୍ରନାରାୟଣ କବି ଶତପଥୀ, କର୍ତା ଶେଷଦେବ ରାଉତ କର୍ତୀ ପ୍ରମିଳା ରାଉତ, କର୍ମକର୍ତା ନନ୍ଦ କିଶୋର ବ୍ରହ୍ମ, ବିନୋଦ ବେହେରା, ଖଗେଶ୍ଵର ଓଝା, କାର୍ତିକ ମହାପାତ୍ର, ଦେବେନ୍ଦ୍ର ଓଝା, ପୁଷ୍ପଲତା ମହାରଣା, ପ୍ରିୟବ୍ରତ ବେହେରା, ସୁଲୋଚନା ଷେଣ୍ଢ, ଗଗନ ମାଟି, ସ୍ମୃତି ରଞ୍ଜନ ରାଉତ, ଟିପୁ ବେହେରା, ଭବାନୀ ବେହେରା, ଚନ୍ଦନ ବେହେରା, ଚିତ୍ରଲେଖା ରାଉତ, ହେମାଳିନି ରାଉତ, ସରସ୍ବତୀ ରାଉତ, ମିନା ବାରିକ, ସୁଚିସ୍ଥିତ ବାରିକ ପ୍ରମୁଖ ଉପସ୍ଥିତ ରହି ପୂଜା କାର୍ଯ୍ୟ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *